ନୀତି

ପୂରା କଲେ ଚ୍ୟାଲେଞ୍ଜ୍‌: ଧୋକାର ପ୍ରତିଶୋଧ ଆଇଏଏସ୍‌ ବନି ନେଲେ ଆଦିତ୍ୟ – Utkal Mail


ମୁମ୍ବାଇ: ପ୍ରେମ ପାଇଁ ଲୋକ ଏପରି କିଛି କରିପକାନ୍ତି ଯେ ଯାହାର କୌଣସି ସୀମା ନଥାଏ । କିଛି ପ୍ରେମୀ ତ ପ୍ରେମରେ ବିଫଳ ହୋଇ ଜୀବନ ବି ହାରିଦିଅନ୍ତି। ହେଲେ ସବୁ ପ୍ରେମୀ ସେପରି କରନ୍ତି ନାହିଁ। କେହି କେହି ପ୍ରେମରେ ବିଫଳ ହେବା ପରେ ଜୀବନକୁ ଚ୍ୟାଲେଞ୍ଜ୍‌ କରନ୍ତି ଓ କିଛି ହାସଲ କରି ଦେଖାନ୍ତି।

ଆପଣ ଯଦି ବଲିଉଡ୍‌ ଅଭିନେତା ରାଜ୍‌କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ଶାଦି ମେଁ ଜରୁର ଆନା’ ଫିଲ୍ମ ଦେଖିଥିବେ ତ ଆମେ ଯାହା କହିବାକୁ ଯାଉଛୁ, ନିଶ୍ଚୟ ବୁଝିପାରିବେ। ଏପରି ହିଁ ଘଟିଛି ଆଇଏଏସ୍‌ ଅଧିକାରୀ ଆଦିତ୍ୟ ପାଣ୍ଡେଙ୍କ ଜୀବନରେ, ଯିଏକି ୟୁପିଏସ୍‌ସି ପରୀକ୍ଷାରେ ୪୮ ତମ ରାଙ୍କ୍‌ ରଖିଛନ୍ତି।

ବିହାରର ଏକ ଛୋଟ ଗ୍ରାମ‌ର ବାସିନ୍ଦା ଆଦିତ୍ୟଙ୍କ କାହାଣୀ ବି ‘ଶାଦି ମେଁ ଜରୁର ଆନା’ ଫିଲ୍ମର ରାଜ୍‌କୁମାରଙ୍କ ପରି। ଜାଣିବାକୁ ମିଳିଛି ଯେ ଚାକିରି ନଥିବାରୁ ତାଙ୍କୁ ତାଙ୍କ ପ୍ରେମିକା ଧୋକା ଦେଇ ଛାଡ଼ି ଚାଲିଯିବା ପରେ ସେ କିଛି କରି ଦେଖାଇବାର ଜିଦ୍‌ ଧରିଥିଲେ। ତା’ପ‌ରେ ସତକୁ ସତ କରିଥିବା ଚ୍ୟାଲେଞ୍ଜ୍‌ ଜିତି ସେ ଜଣେ ଆଇଏଏସ୍‌ ଅଧିକାରୀ ବନି ପ‌ାରିଛନ୍ତି।

ଦେଶର ସବୁଠାରୁ କଠିନ ଓ ସମ୍ମାନଜନକ ପରୀକ୍ଷା ୟୁପିଏସ୍‌ସିରେ ସେ ୪୮ ତମ ରାଙ୍କରେ ରହି ଅନ୍ୟ ସମସ୍ତ ବିଫଳ ପ୍ରେମୀଙ୍କ ପାଇଁ ଉଦାହରଣ ବନି ପାରିଛନ୍ତି। ସେ ଦ୍ବାଦଶ ପର୍ଯ୍ୟନ୍ତ ପାଟ୍‌ନାରେ ହିଁ ପଢ଼ିଛନ୍ତି। ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କୁ ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଥିଲା। ସବୁକିଛି ଠିକ୍‌ ଚାଲିଥିଲା। ହେଲେ କିଛି ବର୍ଷ ପରେ ଯୁବତୀ ଜଣକ ତାଙ୍କୁ ଧୋକା ଦେବା ପରେ ଆଦିତ୍ୟ ଆଇଏଏସ୍‌ ବନି ଦେଖାଇଦେବେ ବୋଲି ଯୁବତୀଙ୍କୁ ଚ୍ୟାଲେଞ୍ଜ୍‌ କରିଥିଲେ। ତାହା ସେ ଆଜି କରିକି ଦେଖାଇଛନ୍ତି ମଧ୍ୟ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button