ଓଡିଶା

ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ – Utkal Mail



ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଞ୍ଚଳରେ ଚଢାଉ ବେଳେ ବେଆଇନ ମଦ ଜବତ । ଘଟଣାରେ ଜଣେ ଗିରଫ । ଅଭିଯୁକ୍ତଙ୍କ ଘର ସାତକଣିଆ ଗ୍ରାମରେ ହୋଇଥିବାବେଳେ, ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବରପାଇ ବାଲିଅନ୍ତା ଥାନା ପୋଲିସର ଏକ ପାଟ୍ରୋଲିଂ ଟିମ୍ ସାତକଣିଆ ଗ୍ରାମରେ ଥିବା ଅଭିଯୁକ୍ତଙ୍କ ଘରେ ଅଚାନକ ଚଢଉ କରିଥିଲେ । ଚଢାଉ ସମୟରେ ସର୍ବସାଧାରଣରେ ବେଆଇନ ମଦ ବିକ୍ରି କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲେ ।

ତଲାସି ବେଳେ ଅଭିଯୁକ୍ତଙ୍କ ଘରୁ ମୋଟ ୨୦ ଲିଟର ଦେଶୀ ମଦ ଓ ୩ ହଜାର ୬୦୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଘଟଣା ବିଷୟରେ ଅଭିଯୁକ୍ତକୁ ପଚାରିବାରୁ ଏହି ମଦ ବିକ୍ରୟ ନେଇ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ବେଳେ, ଉକ୍ତ ମଦକୁ ବେଆଇନ ଭାବରେ ସର୍ବସାଧାରଣରେ ବିକ୍ରୟ କରୁଥିବା ଦର୍ଶାଇଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।




Related Articles

Leave a Reply

Your email address will not be published. Required fields are marked *

Back to top button