କ୍ରାଇମ

ସ୍ତ୍ରୀକୁ ଆକ୍ରମଣ କରି ସ୍ବାମୀ ଗିରଫ – Utkal Mail


ସମ୍ବଲପୁର: ସମ୍ବଲପୁରର ଜଣେ ମହିଳା ସାନସଡ଼କର ବଂଶୀଧର ସାହୁଙ୍କୁ ୨୦୦୨ରେ ବିବାହ କରିଥିଲେ। ଗତବର୍ଷ ଜୁନ ମାସରେ ଝଗଡ଼ା ହେବାରୁ ମହିଳା ଜଣକ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ପରେ ତାଙ୍କ ସ୍ବାମୀ ଛାଡ଼ପତ୍ର ଆବେଦନ କରିଥିଲେ। ଗତ ୨୩ ତାରିଖ କୋର୍ଟରେ ସ୍ବାମୀ-ସ୍ତ୍ରୀ ଦୁହେଁ ଉପସ୍ଥିତ ରହିଲେ। ନିଷ୍ପତ୍ତି ହେଲା ଦୁହେଁ ଶାନ୍ତିଶୃଙ୍ଖଳାର ସହ ଏକାଠି ରହିବେ। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ପାଖକୁ ମଧ୍ୟ ଗଲେ। ରାତି ୮ଟା ପାଖାପାଖି ବିଦ୍ୟୁତ୍‌ ନଥିବା ବେଳେ ମୋବାଇଲ୍‌ ଲାଇଟ୍‌ ମାରି ମହିଳା ଜଣକ ଭିତରକୁ ପଶୁଥିବା ବେଳେ ଭିଡିଓ ରେକର୍ଡିଂ କରୁଛୁ କହି ତାଙ୍କ ସ୍ବାମୀ ମାଡ଼ ମାରିଥିଲେ। ବେକ ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।

କୌଶଳକ୍ରମେ ମହିଳା ଜଣକ ସେଠାରୁ ତାଙ୍କ ବାପ ଘରକୁ ଫେରି ଯାଇ ଶୁକ୍ରବାର ଦିନ ସ୍ବାମୀଙ୍କ ବିରୋଧରେ ସମ୍ବଲପୁର ମହିଳା ଥାନାରେ ଏଭଳି ଅଭିଯୋଗ ଲିଖିତ ଭାବେ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ବଂଶୀଧର ସାହୁଙ୍କୁ ଶନିବାର ଗିରଫ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button