ଓଡିଶା

ଭାରତୀୟ ସମ୍ବିଧାନ ଦିବସ, ଗୁଣୁପୁର କୋର୍ଟ ପରିସରରେ ଶପଥ ସମାରୋହ – Utkal Mail



ଗୁଣୁପୁର: ଆଜି ଆମ ଦେଶର ‘ସମ୍ବିଧାନ ଦିବସ’ । ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବ˚ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା । ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ଗୁଣୁପୁର ଗୁଣୁପୁର କୋର୍ଟ ପରିସରରେ ଆୟୋଜିତ ହୋଇଛି ଶପଥ ସମାରୋହ । ସମାରୋହରେ ଶପଥ ନେଇଛନ୍ତି ବିଚାରପତିଙ୍କ ଠାରୁ ଆରମ୍ବ କରି ସମସ୍ତ ଓକିଲ ଏବଂ ଷ୍ଟାଫ ଗଣ ।

ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କୋର୍ଟ ପରିସର ରେ ତାଲୁକ ଲିଗାଲ ସହାୟତା କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କଇସି । ସେହିଭଳି ସବ ଜର୍ଜ ସନ୍ତୋଷ କୁମାର ମହାପାତ୍ର, ପ୍ରଥମଶ୍ରେଣୀ ବିଚାରପତି  ଦେବନ ସତ୍ୟଦର୍ଶି ନନ୍ଦ,  ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ,  ବାର ସଭାପତି ଉମା ପଟନାୟକ  ଏବଂ ଲିଗାଲ ରିଟନର ରମେଶ ଲିମା ମଧ୍ୟ ଏହି ସମାରୋହରେ ଯୋଗ ଦେଇ ସମ୍ବିଧାନ ଦିବସ ଏବଂ ଏହାର ତାତ୍ପର୍ଯ୍ୟ ଉପରେ ବୁଝାଇଥିଲେ । କାର୍ଯ୍ୟକ୍ରମକୁ  ସାହାରା ପରିବାର ପରାମର୍ଶ କେନ୍ଦ୍ରର ସଚିବ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button