ଓଡିଶା

ରାଜ୍ୟରେ ପ୍ରଥମ! ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟେକା ମାଡ଼ – Utkal Mail



ରାଉରକେଲା: ରାଜ୍ୟରେ ପ୍ରଥମ! ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟେକା ମାଡ଼ । ରାଉରକେଲା-ଭୁବନେଶ୍ୱର ଆସୁଥିବା ଏହି ନୂଆ ଟ୍ରେନକୁ  ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ ଓ ବୁଢାପଙ୍କ ମଧ୍ୟରେ ପଥର ମାଡ଼ ହୋଇଛି। ଏହି ଘଟଣା ଫଳରେ ଏଗଜିକ୍ୟୁଟିଭ୍ କ୍ଲାସ୍ କୋଚର କାଚ ଭାଙ୍ଗି ଯାଇଛି।

ସୂଚନାଯୋଗ୍ୟ ଯେ, ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ କରିବା ଭାରତରେ ଏହା ପ୍ରଥମ ଘଟଣା ନୁହେଁ। ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ ଏଯାବତ୍ କୌଣସି ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। କିନ୍ତୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଟେକା ମାଡ ହୋଇଛି। ତାପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏରିଆରେ।

ଟ୍ରେନ ଉପରକୁ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି ଡ୍ୟୁଟିରେ ଥିବା ଆରପିଏଫ୍ ଏସକର୍ଟିଂ ଷ୍ଟାଫ୍। ECoRର ସିକ୍ୟୁରିଟି ଶାଖା ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହ ରେଳବାଇ ସୁରକ୍ଷା ବଳ ଓ ସରକାରୀ ରେଳବାଇ ପୋଲିସକୁ ଆଲର୍ଟ କରିଛି। କଟକରୁ ଆରପିଏଫର ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଭାରତୀୟ ରେଳବାଇ, ବିଶେଷ କରି ପୂର୍ବତଟ ରେଳପଥ, ଲୋକମାନଙ୍କୁ ବିଶେଷ କରି ରେଳ ଲାଇନ୍ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଟ୍ରେନ ଉପରେ ପଥର ଫିଙ୍ଗିବାକୁ ବାରଣ କରିବା ପାଇଁ ଅଭିଯାନ ଜାରି ରଖିଛି, କାରଣ ଏହା ଯାତ୍ରୀମାନଙ୍କୁ କ୍ଷତି ପହଞ୍ଚାଇପାରେ।

ଏ ନେଇ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି। ପଥର ଫିଙ୍ଗାଳିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ECoRର ସିକ୍ୟୁରିଟି ଶାଖା ସ୍ଥାନୀୟ ପୁଲିସ ସହ ସମନ୍ୱୟ ରକ୍ଷା କରି ଅପରାଧୀଙ୍କୁ ଧରିବା ପାଇଁ କାର୍ଯ୍ୟ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button