କ୍ରାଇମ

ଝଗଡ଼ା ବେଳେ ସ୍ବାମୀଙ୍କ କାନ କାମୁଡ଼ି ଛିଡ଼ାଇ ଦେଲା ସ୍ତ୍ରୀ, ମାମଲା ରୁଜୁ – Utkal Mail


ନୂଆଦିଲ୍ଲୀ: ସୁଲ୍‌ତାନ୍‌ପୁରୀ ଅଞ୍ଚଳରେ ଝଗଡ଼ା ବେଳେ ଉତ୍‌କ୍ଷିପ୍ତ ହୋଇ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଡାହାଣ କାନକୁ କାମୁଡ଼ି ଉଡ଼ାଇ ଦେଇଥିବା କଥା ରବିବାର ଦିନ ପୁଲିସ କହିଛି।

ପୁଲିସକୁ ୪୫ ବର୍ଷିୟ ସ୍ବାମୀ କହିଛନ୍ତି ଯେ, କାମୁଡ଼ା ଖାଇ ତାଙ୍କ ଡାହାଣ କାନର ଉପର ଅଂଶ ଛିଡ଼ି ଯିବାରୁ ଅସ୍ତ୍ରୋପଚାର କରାଇବାକୁ ପଡ଼ିଲା। ଚିକିତ୍ସା ଶେଷ ହେବା ପରେ ସେ ସ୍ତ୍ରୀ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ପୁଲିସକୁ କହିଛନ୍ତି, ନଭେମ୍ବର ୨୦ ତାରିଖ ରାତି ୯.୨୦ରେ ସ୍ତ୍ରୀକୁ ଘର ଖରକିବାକୁ କହି ଆବର୍ଜନା ଫିଙ୍ଗିବାକୁ ବାହାରକୁ ଯାଇଥିଲି। ମୁଁ ଘରକୁ ଫେରିବା କ୍ଷଣି ସେ ଅଯଥା ଝଗଡ଼ା ଆରମ୍ଭ କଲା।

Image Courtesy of News18

ସେ ଆହୁରି ମଧ୍ୟ କହିଲା କି, ଏ ଘର ବିକ୍ରି କରି ମୋ ଭାଗ ଟଙ୍କା ଦେଇ ଦିଅ। ମୁଁ ପିଲାଛୁଆଙ୍କୁ ନେଇ ଅଲଗା ରହିବି। ମୁଁ ତାକୁ ବୁଝାଶୁଝା କରିବାକୁ ଉଦ୍ୟମ କଲି। କିନ୍ତୁ, ବଚସା ଜୋର୍‌ଦାର୍‌ ହେଲା। ସେ ମତେ ମାଡ଼ମାରିବାକୁ ଉଦ୍ୟମ କରିବାରୁ ମୁଁ ତାକୁ ଧକା ମାରି ଦୂରକୁ ଠେଲି ଦେଲି। ମୁଁ ଘରୁ ବାହାରକୁ ଚାଲିଯାଉଥିବା ବ‌େଳେ ସେ ପଛଆଡୁ ମତେ ଧରି ପକାଇ ମୋ ଡାହାଣ କାନକୁ ଏଡ଼େ ଜୋର୍‌ରେ କାମୁଡ଼ି ପକାଇଲା ଯେ, କାନର ଉପରି ଭାଗ ଛିଡ଼ିଗଲା। ପୁଅ ମତେ ଚିକିତ୍ସା ନିମନ୍ତେ ମଙ୍ଗୋଲପୁରୀସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌କୁ ନେଇଗଲା। ତା’ପରେ ମୁଁ ରୋହିଣୀସ୍ଥିତ ଜୟପୁର ଗୋଲ୍‌ଡେନ୍‌ ହସ୍ପିଟାଲ୍‌ରେ କାନର ଅସ୍ତ୍ରୋପଚାର କରାଇଲି।

ତାଙ୍କ ଅଭିଯୋଗକୁ ଆଧାର କରି ‘ଆଇପିସି’ ଧାରା ୩୨୪ ଅନୁଯାୟୀ ସେ ମହିଳାଙ୍କ ନାଁରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା କଥା ପୁଲିସ କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button