ଓଡିଶା

କୃଷି ମେଳାର ଶେଷ ଦିନରେ ଯୋଗ ଦେଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା – Utkal Mail



ରାୟଗଡ଼ା: ଆଜି ଗୁଣୁପୁର ଚଇତି ମଣ୍ଡପରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ମେଳାର ଶେଷ ଦିନରେ ରାଜ୍ୟ ଆଇନ ଓ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ କୃଷି ଯୋଜନା ସହ କୃଷିକୁ ଗୁରୁତ୍ୱ ଦେଉଥିବା ସୂଚନା ଦେଇଛନ୍ତି।

ଅନ୍ୟ ଅତିଥି ଭାବେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ଅଧକ୍ଷ୍ୟ ସୁଧୀର ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ସମବାୟ ନିର୍ଦ୍ଦେଶକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କୃଷିର ବର୍ତ୍ତମାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ମନୋଜ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଉତ୍ତମ ଦାସ ଏବଂ ଭାଗ୍ୟଶ୍ରୀ ମଲ୍ଲିକ ସଂଯୋଜନା କରିଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ଚଇତି ମଣ୍ଡପରେ ୨୬ଟି ଷ୍ଟଲକୁ ପରିଦର୍ଶନ କରିବା ସହ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହି ଅବସରରେ ମାଣ୍ଡିଆରେ ପ୍ରସ୍ତୁତ କେକକୁ ମନ୍ତ୍ରୀ କାଟି ଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button