ନୀତି

ନବମ ମହାଦେଶ ‘ଆର୍ଗୋଲାଣ୍ଡ୍‌’ – Utkal Mail


ପୃଥିବୀରେ ମୋଟ ସାତଟି ମହାଦେଶ ରହିଛି ବୋଲି ଆମେ ଜାଣୁ। ତେବେ ଦୀର୍ଘ ଦିନରୁ ହଜିଯାଇଥିବା ‘ଜିଲାଣ୍ଡିଆ’ ନାମକ ଅଷ୍ଟମ ମହାଦେଶକୁ ୨୦୧୭ ମସିହାରେ ପୁନରାବିଷ୍କାର କରାଯାଇଥିବା ବେଳେ ଆଉ ଏକ ମହାଦେଶ ସମ୍ପର୍କରେ ଗବେଷକମାନେ ଏକ ଯୁଗାନ୍ତକାରୀ ଆବିଷ୍କାର କରିଛନ୍ତି। ଦୀର୍ଘ ୧୫୫ ନିୟୁତ ବର୍ଷ ପୂର୍ବେ ଅଷ୍ଟ୍ରେଲିଆଠାରୁ ଅଲଗା ହୋଇ କୁଆଡ଼େ ଅଦୃଶ୍ୟ ହୋଇଯାଇଥିବା ‘ଆର୍ଗୋଲାଣ୍ଡ୍‌’ ନାମକ ମହାଦେଶର ଅସ୍ତିତ୍ବ ସମ୍ପର୍କରେ ବୈଜ୍ଞାନିକମାନେ ସୂଚନା ପାଇଛନ୍ତି। ଫଳରେ ବର୍ଷ ବର୍ଷ ଧରି ବୈଜ୍ଞାନିକମାନଙ୍କୁ ଚକିତ କରି ରଖିଥିବା ରହସ୍ୟର ସମାଧାନ ହୋଇପାରିଛି। ଇଣ୍ଡୋନେସିଆ ଓ ମିଆଁମାରର ଜଙ୍ଗଲ ତଳେ ପୋତି ହୋଇ ରହିଥିବା ଏହି ରହସ୍ୟମୟ ସ୍ଥଳଭାଗକୁ ନେଦରଲାଣ୍ଡ୍‌ର ଉଟ୍ରେକ୍ଟ ବିଶ୍ବବିଦ୍ୟାଳୟର ଗବେଷକମାନେ ଚିହ୍ନଟ କରିଛନ୍ତି।

ଭୂତତ୍ତ୍ବବିତ୍‌ ଏଲ୍‌ଡର୍ଟ ଆଡ୍‌ଭୋକାଟ୍‌ ଓ ଡାଉୱେ ଭାନ୍‌ ହିଂସବର୍ଗାନ୍‌ଙ୍କ ନେତୃତ୍ବରେ ହୋଇଥିବା ଏହି ୭ ବର୍ଷର ଗବେଷଣାରେ ‘ଆର୍ଗୋଲାଣ୍ଡ୍‌’ ପୁନରାବିଷ୍କୃତ ହୋଇଥିଲା। ଗବେଷକମାନଙ୍କ କହିବାନୁସାରେ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଠାରୁ ଏସିଆ ମହାଦେଶର ସ୍ଥିତି ବହୁତ ଭିନ୍ନ, ଯେଉଁଠାରେ ଏକ ମହାଦେଶ ସୁନ୍ଦର ଭାବରେ ଦୁଇ ଭାଗରେ ବିଭାଜିତ ହୋଇଯାଇଥିଲା। ଏଥିରୁ ଜନ୍ମ ନେଇଥିବା ଆର୍ଗୋଲାଣ୍ଡ୍‌ ପ୍ରାୟ ୨୧୫ ମିଲିଅନ୍ ବର୍ଷ ତଳେ ପତଳା ଖଣ୍ଡରେ ବିଭାଜିତ ହୋଇଯାଇଥିଲା। ‘ଆର୍ଗୋଲାଣ୍ଡ୍‌’ ସଂଖ୍ୟାଧିକ ଖଣ୍ଡରେ ବିଭାଜିତ ହୋଇଥିବାରୁ ତାହାର ରୂପରେଖ ପରିକଳ୍ପନା କରିବା କଷ୍ଟକର ହୋଇଥିଲା। ତେବେ ଭୂତତ୍ତ୍ବବିତ୍‌ମାନେ ସୁମାତ୍ରା, ଆଣ୍ଡାମାନ ଦ୍ବୀପପୁଞ୍ଜ, ବୋର୍ଣ୍ଣିଓ, ସୁଲାୱେସି ଓ ତିମୋର ଭଳି ବିଭିନ୍ନ ଦ୍ବୀପରେ ସେମାନଙ୍କ ଅଧ୍ୟୟନ ଜାରି ରଖି ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି। ଅପରପକ୍ଷେ, ପୂର୍ବରୁ ୨୦୧୭ରେ ପୁନରାବିଷ୍କୃତ ‘ଜିଲାଣ୍ଡିଆ’ ମହାଦେଶ ପ୍ରାୟ ୧୦୫ ନିୟୁତ ବର୍ଷ ତଳେ ଅତିମହାଦେଶରୁ ଅଲଗା ହୋଇଯାଇଥିଲା ଯାହାର କାରଣ ଭୂତତ୍ତ୍ବବିତ୍‌ମାନେ ଏ ଯାଏ ବ୍ୟାଖ୍ୟା କରିପାରିନାହାନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button