ବିଚାର

ରୋଷେଇ ରେ ଥିବା ଏହି ଦୁଇଟି ଜିନିଷ ଦ୍ଵାରା ବନାନ୍ତୁ ହୋମମେଡ ହେୟର ଡାଇ, ଧଳା ଚୁଟି ହୋଇଯିବ କଳା

ଅଁଳା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନୁହଁ ଆପଣଙ୍କ ଚୁଟି ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ, ଅଁଳା ନିୟମିତ ରୂପରେ ପ୍ରତିଦିନ ସେବନ କଲେ ଆପଣଙ୍କ ଚୁଟି ଲମ୍ବା, କଳା, ଓ ସୁନ୍ଦର ହୋଇଥାଏ, ଏହା ସହ ଚୁଟି ସମ୍ବନ୍ଧିତ ସବୁ ପ୍ରକାର ସମସ୍ଯା ମଧ୍ୟ ଦୂର କରିଥାଏ । କିନ୍ତୁ ଯଦି ଆପଣ ପ୍ରତିଦିନ ଏହାର ସେବନ କରି ପାରୁ ନାହାନ୍ତି ତେବେ ନିଜ ଚୁଟି ରେ ଏହାର ଉପଯୋଗ ନିଶ୍ଚିନ୍ତ କରନ୍ତୁ । ଆପଣଙ୍କୁ ଆଜି ଆମେ ଏହା କହିବା ପାଇଁ ଚାହୁଁଛୁ ଯେ ଅଁଳା ଚୁଟି କଳା ଓ ସୁନ୍ଦର ରଖିବାରେ ସାହାଜ୍ଯ କରିଥାଏ ।

Image Courtesy: Google

ଅଁଳା ଦ୍ଵାରା ଆପଣ ଘରେ ଡାଇ ବନେଇ ପାରିବେ, ଏହାକୁ ବନେଇବା ପାଇଁ କେବଳ ଅଁଳା ଓ ପାଣି ଦରକାର ପଡିଥାଏ । ଏହାର ଭଲ ପରିଣାମ ପାଇଁ ଏହାକୁ ସପ୍ତାହ ରେ ୨ରୁ ୩ ଥର ବ୍ୟବହାର କରନ୍ତୁ । ଘରେ ତିଆରି ହୋଇଥିବା ଏହି ଅଁଳା ଡାଇ ଆପଣଙ୍କ ଚୁଟିକୁ ଭରପୁର ମାତ୍ରା ରେ ବିଟାମିନ-ସି ଦେଇଥାନ୍ତି ଯାହା ଫଳରେ ଆପଣଙ୍କ ଚୁଟି କଳା କରିଥାଏ ଏବଂ ସବୁ ପ୍ରକାର ସମସ୍ୟା ଠାରୁ ମଧ୍ୟ ବଞ୍ଚାଇ ଥାଏ ।

Image Courtesy: Google

ଅଁଳା ଦ୍ଵାରା ଚୁଟି ମଜବୁତ ହୋଇଥାଏ, ଚୁଟି ବଢିବାରେ ସାହାଜ୍ଯ କରିଥାଏ, ଚୁଟି ଝଡିବା କମ କରିଥାଏ, ରୁପି ଭଳି ସମସ୍ୟା ମଧ୍ୟ ଦୂର କରିଥାଏ ତେବେ ସ୍ପଷ୍ଟ ଭାବରେ ଆମେ ଆପଣଙ୍କୁ ଏହା କହି ପାରୁ ଯେ ଅଁଳା ଦ୍ଵାରା ଆପଣଙ୍କ ଚୁଟି କୁ ସବୁ ଲାଭକାରୀ ଜିନିଷ ପ୍ରାପ୍ତ ହୋଇଥାଏ ।

Image Courtesy: Google

ଘରେ ଏହି ଡାଇ ବନେଇବାର ଉପାୟ :

ଆପଣଙ୍କୁ ନିଜ ଚୁଟି ଲମ୍ବା ଅନୁଯାଇ ଶୁଖିଲା ଅଁଳା ନବା ଉଚିତ, ଏହା ପରେ ଗୋଟେ କଡେଇ ରେ ଅଁଳା ଗରମ କରନ୍ତୁ ଯେ ପର୍ଯ୍ୟନ୍ତ ଅଁଳା କଳା ପଡି ଯାଇ ନାହିଁ ତେବେ ମାଧ୍ୟମ ନିଆ ରେ ଏହାକୁ ଗରମ କରିବା ଉଚିତ ଅଁଳା କୁ କଳା ହବା ପାଇଁ ଅଧ ଘଣ୍ଟା ଲାଗିବା ଏହା ପରେ ଅଁଳା କଳା ହେଲା ପରେ ସେଥିରେ ଡାଇ ଠାରୁ ଅଧିକ ମାତ୍ରା ରେ ପାଣି ମିଶେଇ ନିଅନ୍ତୁ ଓ ଫୁଟିବା ପାଇଁ ଛାଡି ଦିଅନ୍ତୁ ଏହା ପରେ ଯେତେବେଳେ ପେଷ୍ଟ ରେଡି ହୋଇଯିବ ସେତେବେଳେ ଏହାକୁ ଗ୍ୟାସରୁ ଓଲହେଇ ନିଅନ୍ତୁ ଓ ରାତି ସାରା ଥଣ୍ଡା ହବା ପାଇଁ ଛାଡି ଦିଅନ୍ତୁ । ସକାଳେ ଏହି ପେଷ୍ଟକୁ ଭଲ ଭାବରେ ବାଟି ନିଅନ୍ତୁ ଓ ଚୁଟି ଭଲ ଭାବରେ ଶ୍ୟାମପୁ କଲା ପରେ ଏହାକୁ ଲଗାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button