ଦେଶ ବିଦେଶ

ଭୟଙ୍କର ହେଉଛି ଚାଇନା ନିମୋନିଆ: ଭାରତରେ ଆଲର୍ଟ ଜାରି, କୋଭିଡ ପ୍ରୋଟକଲ ଲାଗୁ କରିବାକୁ ନିର୍ଦ୍ଦେଶ – Utkal Mail



ନୂଆଦିଲ୍ଲୀ: ଚାଇନାରେ ବ୍ୟାପିଥିବା ଅଜଣା ରୋଗକୁ ନେଇ ବଢିଯାଇଛି ଚିନ୍ତା। ଭୟଙ୍କର ହେଉଛି ଚାଇନା ନିମୋନିଆ। ଚାଇନାର ପିଲାଙ୍କୁ ବ୍ୟାପିଥିବା ଭାଇରାଲ ଜ୍ୱର ଓ ନିମୋନିଆ ଭାରତ ସରକାରଙ୍କର ମୁଣ୍ଡବିନ୍ଧା ବଢାଇଛି। ଏହାକୁ ନେଇ ଭାରତର କେତେକ ସ୍ଥାନରେ ସତର୍କତା ଜାରି କରାଯାଇଛି। ଦେଶରେ କୋଭିଡ ପ୍ରୋଟକଲ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗକୁ ଆଡଭାଇଜରି ଜାରି କରିଛନ୍ତି।

ଚାଇନାରେ ଭୟଙ୍କର ସ୍ଥିତି ଦେଖି ମହରାଷ୍ଟ୍ର ସରକାର ରାଜ୍ୟରେ କୋଭିଡ ପ୍ରୋଟକଲ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ହରିୟାଣା, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ତାମିଲନାଡୁ ସରକାର ମଧ୍ୟ ରାଜ୍ୟରେ ସତର୍କତା ଜାରି କରିଛନ୍ତି। ସବୁ ହସ୍ପିଟାଲକୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ୱାସ ରୋଗରେ ପୀଡିତଙ୍କୁ ସଠିକ ଭାବେ ଯାଞ୍ଚ କରିବାକୁ ସବୁ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମେଡିକାଲକୁ ଆସୁଥିବା ସବୁ ରୋଗୀଙ୍କ ନମୁନା ନେଇ ଲ୍ୟାବକୁ ପଠାଇବାକୁ କୁହାଯାଇଛି।

ଚଳିତ ବର୍ଷ ପ୍ରାରମ୍ଭରେ ଅଂଶୀଦାର ହୋଇଥିବା ‘COVID-19 ପ୍ରସଙ୍ଗରେ ସଂଶୋଧିତ ସର୍ଭିଲାନ୍ସ ଷ୍ଟ୍ରାଟେଜୀ ପାଇଁ ଅପରେସନ୍ ଗାଇଡଲାଇନ’ କାର୍ଯ୍ୟକାରୀ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି, ଯାହା ସ୍ୱାଇନ୍ ଫ୍ଲୁ ଭଳି ରୋଗ (ଆଇଏଲ୍ଆଇ) ଭାବରେ ଉପସ୍ଥାପିତ ଶ୍ୱାସକ୍ରିୟା ରୋଗର ସମନ୍ୱିତ ତଦାରଖ ପାଇଁ ପ୍ରଦାନ କରିଥାଏ।

ନାଗରିକମାନଙ୍କୁ ଏହି ଫ୍ଲୁ ବିଷୟରେ ସଚେତନ ରହିବାକୁ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଫ୍ଲୁର ଲକ୍ଷଣ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି। କାଶ କିମ୍ବା ଛିଙ୍କିବା ସମୟରେ ବାରମ୍ବାର ମୁହଁ ଧୋଇବା, ହାତ ଧୋଇବା, ଛୁଇଁବା ଠାରୁ ଦୂରେଇ ରହିବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ ଅନୁସରଣ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଭିଡ ସ୍ଥାନରେ ମାସ୍କ ପିନ୍ଧିବା ସହ ଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦେଇଛି। ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ଛୋଟ ପିଲାଙ୍କ ପାଇଁ ହସ୍ପିଟାଲ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button