ବ୍ୟବସାୟ

ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ରକ୍ତଦାନ ଶିବିର – Utkal Mail


ଭୁବନେଶ୍ୱର: ଆଜି ଟିସିଏସ୍ ଭୁବନେଶ୍ବର, ଜୟ ଓଡ଼ିଶା ଓ କମିଶନରେଟ ପୁଲିସର ମିଳିତ ଆନୁକୁଲ୍ୟରେ ଟିସିଏସ୍ ବାରବାଟି ବ୍ଲକଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ସ୍ୱାସ୍ଥ୍ୟସେବାରେ ରକ୍ତର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗୁଡ଼ିକର ମହତ୍ତ୍ୱ ଦର୍ଶାଇ କମିଶନରେଟ ପୋଲିସ କଟକ-ଭୁବନେଶ୍ୱର କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଶିବିରର ଉଦଘାଟନ କରିଥିଲେ। ଜୟ ଓଡିଶାର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ, ଟିସିଏସ୍ ଭୁବନେଶ୍ୱର ସିଏସଆର ହେଡ ପ୍ରିୟବ୍ରତ ରାୟ, ଏଚଆର ହେଡ ପ୍ରତାପ ଏକକା ଏବଂ ଆଡମିନ ହେଡ ରାଜେଶ ନାୟାରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶିବିରରେ ସମୁଦାୟ ୨୫୦ ୟୁନିଟ୍ ରକ୍ତ ସଫଳତାର ସହିତ ସଂଗ୍ରହ କରାଯାଇଥିଲା ଏବଂ ଟିସିଏସ୍‌ର କର୍ମଚାରୀମାନେ ସ୍ଵଇଚ୍ଛାରେ ଶିବିରରେ ପହଂଚି ରକ୍ତଦାନ କରିଥିଲେ ଓ ସମାଜ ପ୍ରତି ତାଙ୍କର ଏହି ଅବଦାନ ନିଶ୍ଚୟ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ।

ଏହି ଅବସରରେ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ଟିସିଏସ୍, ଜୟ ଓଡିଶା ଏବଂ କମିଶନରେଟ୍ ପୁଲିସର ମିଳିତ ଉଦ୍ୟମକୁ ଭୂରିଭୂରି ପ୍ରଶଂସା କରିଥିଲେ। ସୁସ୍ଥତା ବୃଦ୍ଧି ତଥା  ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବାରେ ଏହି ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜୟ ଓଡିଶାର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ ସମସ୍ତ ଦାତାଙ୍କୁ କୃତଜ୍ଞତା ଜଣାଇବା ସହ ସମାଜକୁ ସକରାତ୍ମକ ଭାବରେ ପ୍ରଭାବିତ କରୁଥିବା ପଦକ୍ଷେପକୁ ସୁଗମ କରିବା ପାଇଁ ଫାଉଣ୍ଡେସନର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button