କ୍ରୀଡା

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ୩ଟି ଫର୍ମାଟରେ ୩ ଅଧିନାୟକ – Utkal Mail


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଦଳ ଘୋଷଣା କରିଛନ୍ତି । ମୂଖ୍ୟ କୋଚ ରାହୁଲ ଡ୍ରାଭିଡ ଓ ଚୟନକମିଟି ମୂଖ୍ୟ ଅଜିତ ଅଗରକର ଦିଲ୍ଲୀରେ ଆୟୋଜିତ ବୈଠକରେ ପରେ ଟିମ ଘୋଷଣା କରିଥିଲେ । ୩ଟି ଯାକ ଫର୍ମାଟରେ ୩ଜଣ ଅଧିନାୟକ ଦାୟିତ୍ୱ ତୁଲାଇବେ । ସୂର୍ଯ୍ୟକୁମାର ଯାଦବ ଟି୨୦, କେଏଲ ରାହୁଲ ଦିନିକିଆ ଓ ରୋହିତ ଶର୍ମା ଟେଷ୍ଟ ଟିମର ନେତୃତ୍ୱ ନେବେ । ବିରାଟ କୋହଲି, ରୋହିତ ଶର୍ମା ସୀମିତ ଓଭର ସିରିଜରୁ ବ୍ରେକ ନେଇଛନ୍ତି । ଟେଷ୍ଟ ସିରିଜରେ ସେମାନେ ଦଳ ସହ ସାମିଲ ହେବେ । ଟେଷ୍ଟ ଟିମରୁ ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା ବାଦ ପଡିଥିବା ବେଳେ କେଏଲ ରାହୁଲ ଓ ଶ୍ରେୟାଶ ଆୟାର ଦଳକୁ ଫେରିଛନ୍ତି । ସେହିପରି ଟି୨୦ରେ ରବୀନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ କରାଯାଇଥିବା ବେଳେ ଗିଲ ଦଳକୁ ଫେରିଛନ୍ତି ।

ଟେଷ୍ଟ ଟିମ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ରିତୁରାଜ ଗାଏକ୍ୱାଡ, ଈଶାନ କିଶାନ, କେଏଲ ରାହୁଲ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ପ୍ରସିଦ୍ଧ କ୍ରିଷ୍ଣା ।
ଦିନିକିଆ ଟିମ: ରିତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପାଟୀଦାର, ରିଙ୍କୁ ସିଂ, ଶ୍ରେୟାଶ ଆୟାର, କେଏଲ ରାହୁଲ (ଅଧିନାୟକ), ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୂଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଶ ଖାଁ, ଅର୍ଶଦୀପ ସିଂ ଓ ଦୀପକ ଚହର ।
ଟି୨୦ ଟିମ: ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, ରିତୁରାଜ ଗାଏକ୍ୱାଡ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂ, ଶ୍ରେୟାଶ ଆୟାର, ଈଶାନ କିଶାନ, ଜିତେଶ ଶର୍ମା, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button