ଶହ ଶହ ଯାତ୍ରୀଙ୍କ ସମ୍ମୁଖରେ ଟ୍ରେନ୍ ଭିତରେ ବିବାହ କଲେ ଦମ୍ପତି, ଭାଇରାଲ୍ ହେଲା ଭିଡିଓ – Utkal Mail
ନୂଆଦିଲ୍ଲୀ: ନିକଟରେ ଚଳନ୍ତା ଟ୍ରେନରେ ଦମ୍ପତିଙ୍କ ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଥିବା ଏହି ଭିଡିଓରେ ଦମ୍ପତି ଟ୍ରେନରେ ପରସ୍ପରଙ୍କୁ ବିବାହ କରି ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି।
ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଝିଅଟିର ମଥାରେ ସିନ୍ଦୂର ଲାଗିଛି। କେବଳ ସେତିକି ନୁହେଁ, ଯୁବକ ଜଣକ ଯୁବତୀଙ୍କୁ ତା’ପରେ ବରଣମାଳା ବି ପିନ୍ଧାଉଛନ୍ତି। ପରବର୍ତ୍ତୀ ସମୟରେ ଯୁବତୀ ମଧ୍ୟ ଯୁବକଙ୍କୁ ବରଣମାଳା ପିନ୍ଧାଇ ସ୍ବାମୀ ଭାବେ ଗ୍ରହଣ କରି ପାଦଛୁଇଁ ପ୍ରଣାମ କରୁଛନ୍ତି।
ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଦମ୍ପତିଙ୍କ ଭିଡିଓ ସୁଟ୍ କରି ସୋସିଆଲ୍ ମିଡିଆରେ ଛାଡ଼ିବା ପରେ ଏହା ଏବେ ଭାଇରାଲ୍ ହୋଇଛି। ବରଣମାଳା ପିନ୍ଧାଇବା ପରେ ଭାବପ୍ରବଣ ହୋଇ ଝିଅଟି ତାଙ୍କ ନବବିବାହିତ ସ୍ବାମୀଙ୍କୁ ଆଲିଙ୍ଗନ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।
ସେଠାରେ ଉପସ୍ଥିତ ଥିବା ଦେଖଣାହାରୀ ସେ ସମୟର ଦୃଶ୍ୟକୁ ଦେଖି ଖୁସି ହେଉଛନ୍ତି। ଅନେକ ଲୋକ ସେଠି ଭିଡ଼ ଜମାଇ ଦୁହିଁଙ୍କ ନିଆରା ବିବାହର ଭିିଡିଓ କରୁଛନ୍ତି। ଘଟଣା ସଂପର୍କରେ ଅନ୍ୟ କୌଣସି ବିବରଣୀ ମିଳିପାରି ନାହିଁ।
ଏହି ଅନନ୍ୟ ବିବାହର ଭାଇରାଲ୍ ଭିଡିଓକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଠାରୁ ଅନେକ ମନ୍ତବ୍ୟ ମିଳୁଛି। ତେବେ ଅନେକ ବ୍ୟବହାରକାରୀଙ୍କ ମନରେ ବାସ୍ ଗୋଟାଏ ପ୍ରଶ୍ନ ଯେ ଏମାନେ ଟ୍ରେନ୍ ଭିତରେ କାହିଁକି ବିବାହ କରିଛନ୍ତି? ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏଥିରେ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି।