ଓଡିଶା

କାର୍ତ୍ତିକ ପୂର୍ଣ୍ଣମୀ ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ – Utkal Mail



ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ନଭେମ୍ବର ୨୮ରୁ ଆରମ୍ଭ ହେବ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି ତେଣୁ ପୂର୍ଣ୍ଣମୀ ପର ଦିନଠାରୁ ଲେଜର ସ୍କାନିଂ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ଯେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଦ୍ୱାରା ଲେଜର ସ୍କାନିଂ କରାଯିବ। ଏଏସ୍ଆଇ ପକ୍ଷରୁ ଆବଶ୍ୟକ ଯନ୍ତ୍ରପାତି କିଣା ସରିଛି ଏବଂ ଭିଡ଼ କମିବା ପରେ ସ୍କାନିଂ ପାଇଁ ସମୟ ନିର୍ଘଣ୍ଟ କରାଯିବ।

ଏହି ଲେଜର ସ୍କାନିଂ ଦ୍ୱାରା ରତ୍ନଭଣ୍ଡାରର ବାହାର କାନ୍ଥରେ କୌଣସି ଫାଟ ବା ଗଠନଗତ ସମସ୍ୟା ଚିହ୍ନଟ ହୋଇପାରିବ। ଆବଶ୍ୟକ ପଡ଼ିଲେ ଭିତର କାନ୍ଥ ଓ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିରର ମଧ୍ୟ ସ୍କାନ୍ କରାଯିବ। ସ୍କାନିଂ ସମୟରେ ଏଏସ୍ଆଇ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଏସଜେଟିଏ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ଏସଜେଟିଏମସି) ରତ୍ନଭଣ୍ଡାରରେ ଥିବା ଫାଟକୁ ଦୂର କରିବା ପାଇଁ ଚାଲିଥିବା ପୁନରୁଦ୍ଧାର ଉଦ୍ୟମର ଅଂଶବିଶେଷ ସ୍ୱରୂପ ନଭେମ୍ବର ୩ରେ ଲେଜର ସ୍କାନିଙ୍କୁ ଅନୁମୋଦନ ମିଳିଥିଲା।

ଏଏସ୍ଆଇର ସୁପରିଟେଣ୍ଡେଣ୍ଟ ଡି. ବି. ଗଡ଼ନାୟକ କହିଥିଲେ ଯେ କାନ୍ଥରେ କୌଣସି ପ୍ରକାରର ଫାଟ ଥିଲେ ତାହାକୁ ଠିକ୍ ଭାବେ ଠାବ କରିବା ପାଇଁ ପର୍ଯ୍ୟାୟକ୍ରମେ ଲେଜର ସ୍କାନିଂ କରାଯିବ। ଆବଶ୍ୟକ ମରାମତି ପାଇଁ ଯୋଜନା କରିବା ଏବଂ ରତ୍ନଭଣ୍ଡାରର ଢାଞ୍ଚାଗତ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button