ଓଡିଶା

୪୮୦ ବୋତଲ କଫସିରଫ ଜବତ

ପାଟଣାଗଡ଼ : ପାଟଣାଗଡ଼ ଜିଲ୍ଲା କଦୋପଡ଼ାରେ ୪୮୦ ବୋତଲ କଫସିରଫ ଜବତ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣାସ୍ଥଳକୁ ଯାଇଥିବାବେଳେ ମାଫିଆମାନେ ସେଠାରୁ ଫେରାର ମାରିଥିଲେ । ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପାଟଣାଗଡ଼ ଡାକ୍ତରଖାନା ନିକଟରେ ଏକ ବଲେରୋ ଗାଡ଼ିକୁ ଧରିବାକୁ ଚେଷ୍ଟା କରୁଥିବାବେଳେ ଗାଡ଼ି ଚାଳକ ଓ କଫସିରଫ ମାଫିଆ ଗାଡ଼ିକୁ ଛାଡ଼ିଦେଇ ଫେରାର ମାରିଥିଲେ । ପରେ ଗାଡ଼ିକୁ ସର୍ଚ୍ଚ କରିବାରୁ ୪୮୦ ବୋତଲ କଫସରିଫ, ୩୦ଟି ଆଲଫ୍ରାକ୍ଟ ବଟିକା, ଗୋଟିଏ ମୋବାଇଲ ଓ ଗୋଟିଏ ପ୍ଲାଷ୍ଟିକ ବୋତଲରେ ମିଶ୍ରିତ ରସାୟନିକ ଦ୍ରବ୍ୟ ମିଳିଥିଲା । ଜବତ କଫସିରଫର ଆନୁମାନିକ ମୁଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପାଟଣାଗଡ଼ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button