ରାଜନୀତି

‘ଅଶ୍ଵିନୀ କହୁଥିଲେ ହଠାତ ମାଡି ଆସିଲେ ସୁର…ଆଉ ତା’ପରେ ହେଲା କିଛି ଏମିତି…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାଷଣ ଦେଉଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ..ହଠାତ ଉତଫୁଲ୍ଲିତ ହୋଇ ମଞ୍ଚକୁ ଆସି କୁଣ୍ଢାଇ ପକାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାଷଣ ଦେଇ କହୁଥିଲେ ଯେ ମୋଦୀ ଆଦେଶ କରିଛନ୍ତି ଜଗନ୍ନାଥ ମହାପ୍ରଭୁ ଙ୍କ ପାଇଁ ଜଗନ୍ନାଥ ସର୍କେଟ ତଥା ଜଗନ୍ନାଥ ମହାପ୍ରଭୁ, ବିଶ୍ଵ ସାରା ଯେତେ ଯାହା ଭାଷା ଅଛି, ଠିକ ଏତିକି କହିଲା ବେଳକୁ ମଞ୍ଚ ଉପରକୁ ଉଠି ଆସିଲେ ବିଧାୟକ ସୁର ରାଉତରାୟ ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ କୁଣ୍ଢାଇ କହିଲେ ବିଉଟିଫୁଲ, ବହୁତ ବଢିଆ ।

ଏତିକି କହିଲା ବେଳକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହସି ହସି କହିଲେ ଆପଣ ଜାଆନ୍ତୁ ବସିବେ । ଏହାପରେ ସୁର ରାଉତରାୟ ମଞ୍ଚରୁ ଚାଲି ଯାଇଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ଯେ ମୁଁ ସବୁବେଳେ କୁହେ ଆପଣ ମାନଙ୍କୁ ବିଶ୍ଵାସାର ଯେତେ ଯାହା ଭାଷା ଅଛି ସେ ଭାଷା କିଏ ତିଆରି କରିଛନ୍ତି ? ମଣିଷ ତିଆରି କରିଛନ୍ତି, କିନ୍ତୁ ଓଡିଆ ଭାଷା କେବଳ ଗୋଟିଏ ଭାଷା ଯାହା ମହାପ୍ରଭୁ ଜଗନ୍ନାଥ ତାଙ୍କର ଭକ୍ତ ଙ୍କୁ ଆଶୀର୍ବାଦ ଭାବରେ ଦେଇଛନ୍ତି ।

ମହାପ୍ରଭୁ ଙ୍କ ଭାଷା ଓଡିଆ ଏହି ଓଡିଆ ଜାତିର ଗୌରବ ତଥା ଏହି ସଂସ୍କୃତିର ଗୌରବ । ଏହାକୁ ରେଲୱେ ଦ୍ଵାରା ଗୋଟିଏ ନୂଆ ଅନୁଭୂତି ଜଗନ୍ନାଥ ମହାପ୍ରଭୁ ଙ୍କ ନାମରେ ଜଗନ୍ନାଥ ସର୍କେଟ ତିଆରି ହେବ । ଏହିଭଳି ଭାଷଣ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ତେବେ ଆପଣ ମାନେ ତ ଏହା ଭଲ ଭାବରେ ଜାଣିଛନ୍ତି ଯେ ସୁର ରାଉତରାୟ ଅନେକ ଜାଗାରେ ନିଜର କଥା ପାଇଁ ବହୁତ ପ୍ରଶଂସାର ପାତ୍ର ହୋଇଛନ୍ତି । ତେବେ ଭାଷଣ ଚାଲିଥିବା ସମୟରେ ମଧ୍ୟ ସୁର ଏଭଳି କିଛି ହରକତ କରିଥିଲେ ଯାହା ଫଳରେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ସୁର ବାବୁ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି ।

ସେ ଯେ କୌଣସି ପ୍ରସଙ୍ଗ ହେଉ ନା କାହିଁକି ସୁର ରାଉତରାୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବିଭିନ୍ନ ପ୍ରସଙ୍ଗରେ ନିଜର ଭିନ୍ନ ଭିନ୍ନ ମତ ଦେଇ ସେ ଅନେକ ଥର ବିବାଦ ଘେରାରେ ମଧ୍ୟ ଆସିଛନ୍ତି । କିନ୍ତୁ ତାହା ରାଜନୈତିକ କ୍ଷେତ୍ର ହେଉ ଅଥବା ଅନ୍ୟ କୌଣସି ସ୍ଥାନ ସୁର ରାଉତରାୟ କୌଣସି କଥା କହିବା ଆଗରୁ ଅଥବା କୌଣସି ଜନ ହିତକର କାମ କରିବା ଆଗରୁ ଡରନ୍ତି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button