ମନୋରଞ୍ଜନ

ଇତିହାସ ରଚିଲେ ଦୀପିକା, ପୁଣି ଥରେ ଦେଶକୁ ଗୌରବାନ୍ୱିତ କଲେ ଅଭିନେତ୍ରୀ – Utkal Mail



ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ବ୍ରେନ୍ ଓ୍ବିଥ୍ ବ୍ୟୁଟି ସୁନ୍ଦରୀ ମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ । ଦୀପିକା କେବଳ ସୁନ୍ଦର ଏବଂ ଜଣେ ମହାନ ଅଭିନେତ୍ରୀ ନୁହନ୍ତି, ସେ ମଧ୍ୟ ବହୁତ ପ୍ରତିଭାଶାଳୀ ଅଟନ୍ତି । ତାଙ୍କର ଅଭିନୟ ଦକ୍ଷତା ଏବଂ ସୁନ୍ଦର ଚେହେରା ହେତୁ ଦୀପିକା ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଫିଲ୍ମ ଗୁଡିକରେ ନିଜର ନାଁ ବିସ୍ତାର କରିଛନ୍ତି । ଏବେ ଦୀପିକା ପୁଣି ଥରେ ନିଜ ପ୍ରତିଭା ପାଇଁ ଭାରତକୁ ଗର୍ବିତ କରିଛନ୍ତି । ଏପରି କରି ଅଭିନେତ୍ରୀଙ୍କ ନାଁରେ ଆଉ ଏକ ବଡ଼ ସଫଳତା ଯୋଡି ହୋଇଛି ।

ନିକଟରେ ଏକାଡେମୀ ମ୍ୟୁଜିୟମ୍ ଗାଲା ଆୟୋଜିତ ହୋଇଥିଲା, ଯାହା ଓସ୍କାର ପରେ ଦୁନିଆର ଦ୍ୱିତୀୟ ବୃହତ୍ତମ ମଞ୍ଚ ଭାବରେ ଜଣାଯାଇଥାଏ । ଅନେକ ହଲିଉଡ ତାରକା ଏହି ଇଭେଣ୍ଟର ରେଡ୍ କାର୍ପେଟରେ ନିଜର ଉପସ୍ଥିତି କୁ ଜାହିର କରିଥିବାବେଳେ, ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଅଂଶଗ୍ରହଣ କରିଥିଲେ, ଏହା ପରେ ଦୀପିକା ପାଦୁକୋନ ‘ଏକାଡେମୀ ମ୍ୟୁଜିୟମ୍ ଗାଲା’ରେ ଯୋଗ ଦେଇଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଥିଲେ ।

ଦୀପିକା ପାଦୁକୋନ ଏଥିରେ ଯୋଗଦେଇ ପୁଣି ଥରେ ଦେଶ ପାଇଁ ଗୌରବ ଆଣିଛନ୍ତି । ଏହା ପୂର୍ବରୁ ଚଳିତ ବର୍ଷର ଆରମ୍ଭରେ, ଅଭିନେତ୍ରୀ ଓସ୍କାର ମଞ୍ଚରେ ଭାରତୀୟ ଗୀତ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିଥିଲେ ।

ଦୀପିକାଙ୍କ ଏକାଡେମୀ ମ୍ୟୁଜିୟମ୍ ଗାଲାର ଏହି ସଫଳତା ବ୍ୟତୀତ ତାଙ୍କ ଲୁକ୍ ଉପରେ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ଏହି ସମୟରେ ଦୀପିକା ପାଦୁକୋନ ଏକ ବ୍ଲୁ ରଙ୍ଗର ଭେଲଭେଟ ଗାଉନ ପିନ୍ଧିଥିଲେ । ଏହି ଡ୍ରେସ୍ ସହିତ ଅଭିନେତ୍ରୀ ଡାଇମଣ୍ଡ ଅରମେଣ୍ଟସ୍ ପିନ୍ଧିଥିଲେ । ଯାହା ତାଙ୍କ ଲୁକ ରେ ଚାରଚାନ୍ଦ ଲଗେଇଥିଲା । ଏହି ଲୁକରେ ଦୀପିକା, ହଲିଉଡ ଅଭିନେତ୍ରୀ ସେଲେନା ଗୋମେଜ ଙ୍କୁ ଟକ୍କର ଦେଉଥିବାର ନଜର ଆସିଥିଲେ ।

ଏହା ପୂର୍ବରୁ ଦୀପିକା ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ପଠାନ ପାଇଁ ଚର୍ଚ୍ଚାରେ ଥିଲେ । ଏହି ଫିଲ୍ମ ଏକ ହଜାର କୋଟିରୁ ଅଧିକ ରୋଜଗାର କରି ଅନେକ ରେକର୍ଡ ଭାଙ୍ଗିଛି । ଯାହା ପରେ ଅଭିନେତ୍ରୀ ଟାଇମ୍ ମାଗାଜିନର କଭର ପେଜ୍ ରେ ମଧ୍ୟ ସ୍ଥାନ ପାଇଥିଲେ । ଅଭିନେତ୍ରୀଙ୍କ ଏହି ସଫଳତାରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି । ଯଦି ୱାର୍କ ଫ୍ରଣ୍ଟ ବିଷୟରେ କୁହାଯାଏ ତେବେ ଦୀପିକା ପାଦୁକୋନ ଖୁବ ଶୀଘ୍ର ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ଫାଇଟର୍’ରେ ନଜର ଆସିବେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button