କ୍ରୀଡା

ଷ୍ଟ୍ରେଚର ନ ଥିବାରୁ ଆହତ କ୍ରିକେଟରଙ୍କୁ ପିଠିରେ ଉଠାଇ ନେଲେ ସାଥି ଖେଳାଳି – Utkal Mail



ଇସଲାମାବାଦ: ବିଶ୍ୱକପ ପରେ ଜାତୀୟ ଟି-୨୦ କପରେ ପାକିସ୍ତାନର ଅନେକ ଅନ୍ତର୍ଜାତୀୟ କ୍ରିକେଟର ଅଂଶଗ୍ରହଣ କରିଛନ୍ତି । ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଟିମର ଉପ-ଅଧିନାୟକ ଶାଦାବ ଖାନ୍ ଆହତ ହେବା ପରେ ତାଙ୍କୁ ଷ୍ଟାଡିୟମରୁ ଷ୍ଟ୍ରେଚର ପରିବର୍ତ୍ତେ ସାଥୀ ଖେଳାଳି ପିଠିରେ ଉଠାଇ ନେଉଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ଆହତ ଖେଳାଳିଙ୍କୁ ଷ୍ଟ୍ରେଚର ଯୋଗାଇବା ପାଇଁ ବୋର୍ଡ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିବା ଲୋକେ ଥଟ୍ଟା ଆରମ୍ଭ କରିଛନ୍ତି ।

କରାଚିର ୟୁବିଏଲ୍ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଗ୍ରାଉଣ୍ଡରେ ସିଆଲକୋଟ ଏବଂ ରାୱଲପିଣ୍ଡି ମଧ୍ୟରେ ଜାତୀୟ ଟି-୨୦ର ଏକ ମ୍ୟାଚ୍ ଖେଳାଯାଉଥିôଲା । ମ୍ୟାଚ ସମୟରେ ରାୱଲପିଣ୍ଡି ବୋଲର ଶାଦାବ ଆହତ ହୋଇଯାଇଥିଲେ । ଷ୍ଟ୍ରେଚର ନ ଆସିବାରୁ ଦଳର ଜଣେ ଅତିରିକ୍ତ ଖେଳାଳି ତାଙ୍କୁ ତାଙ୍କ ପିଠିରେ ଉଠାଇ ପଡ଼ିଆରୁ ବାହାରକୁ ନେଉଥିବାର ଦେଖାଯାଇଥିଲା ।

ଏହି ସମୟର ଏକ ଭିଡିଓ ସେୟାର କରି କ୍ରିକଡେନର ପ୍ରତିଷ୍ଠାତା ଫରିଦ ଖାନ ଲେଖିଛନ୍ତି, ‘ଆମେ ୧୯୮୦ ଦଶକରେ ଅଛୁ କି? ସେମାନେ କିପରି ଶାଦାବ ଖାନଙ୍କୁ ପଡ଼ିଆ ବାହାରକୁ ନେଉଛନ୍ତି? ପିସିବିର ଷ୍ଟ୍ରେଚର ନାହିଁ କି? ୟୁବିଏଲ କମ୍ପେ୍ଲକ୍ସ କରାଚିରେ ହିଁ ଅଛି, ସୁକ୍କୁର (ସିନ୍ଧ ପ୍ରଦେଶର ଦୂର ସହର)ରେ ନୁହେଁ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button