କ୍ରାଇମ

ରାଜଧାନୀରେ ମାତିଛନ୍ତି ବାଇକ୍‌ ଲୁଟେରା: ୩ ଗିରଫ, ୨୩ ବାଇକ୍‌ ଜବତ – Utkal Mail


ଭୁବନେଶ୍ବର: ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ତାଲା ଭାଙ୍ଗି ନେଇ ଫେରାର୍‌ ହୋଇଯାଉଛନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମା‌ନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ପ୍ରଶାନ୍ତ କୁମାର ଭୋଇ(୨୮), ସୁନୀଲ କୁମାର ମଲ୍ଲ(୨୪) ଓ ଜଙ୍କିଆ ଅଞ୍ଚଳର ହରପ୍ରସାଦ ଦାସ(୨୩)। ପୁଲିସ ସେମାନଙ୍କ ଠାରୁ ୨୩ଟି ବାଇକ୍‌ ଜବତ କରିଛି। ସୂଚନା ମୁତାବକ, ଏହି ଗ୍ୟାଙ୍ଗ ବିଶେଷ କରି ଦାମୀ ବାଇକ୍‌କୁ ଟାର୍ଗେଟ୍‌ କରନ୍ତି। ରାତି ଅଧରେ ବୁଲି ବୁଲି ଘର ବାହାରେ କିମ୍ବା ଖୋଲା ଜାଗାରେ ଥିବା ବାଇକ୍‌କୁ ଚିହ୍ନଟ ପରେ ଲୁଟ୍‌ ପାଇଁ ବ୍ଲୁ ପ୍ରିଣ୍ଟ ହୁଏ।

ଯୋଜନା ମୁତାବକ ଦୁଇ ଜଣ ବାଇକ୍‌ରେ ଯାଇ ଚିହ୍ନଟ ସ୍ଥାନରେ ପହଞ୍ଚିବା ପରେ ଅତି ଚତୁରତାର ସହ ବାଇକ୍‌ ହ୍ୟାଣ୍ଡେଲ୍‌କୁ ଭାଙ୍ଗିବା ପରେ ବାଇକ୍‌କୁ ଡାଇରେକ୍ଟ କରି ଷ୍ଟାର୍ଟ କରି ଫେରାର୍‌ ହୋଇଯାଆନ୍ତି। ଦୀର୍ଘଦିନ ହେବ ଗ୍ୟାଙ୍ଗକୁ ଠାବ ପାଇଁ ଲାଗିଥିବା କମିସନରେଟ୍‌ ପୁଲିସ ଗତକାଲି ଗ୍ୟାଙ୍ଗର ତିନିଜଣଙ୍କୁ ଗିରଫ ପରେ ସେମାନଙ୍କ ଠାରୁ ୧୪ଟି ବୁଲେଟ୍‌, ୪ଟି ୟାମାହା ଆର୍‌୧୫, ୩ଟି ପଲସର, ଗୋଟିଏ ହିରୋ ଗ୍ଲାମର ଓ ସୁଜୁକି ଜିକ୍ସର ଜବତ କରିଛି। ଥାନାକୁ ଆଣି ପଚରା ଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ଗ୍ୟାଙ୍ଗରେ ଅନ୍ୟ ସଦସ୍ୟ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ମଧ୍ୟ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି। ଅନ୍ୟପଟେ ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଆନ୍ଧ୍ରପ୍ରଦେଶରୁ ମଧ୍ୟ ଏମାନେ ଗାଡ଼ି ଚୋରି କରୁଥିବା ଅପରାଧିକ ଇତିହାସରୁ ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button