ଦେଶ ବିଦେଶ

ବିବାହ ବନ୍ଧନରେ ଆବଦ୍ଧ ହେବେ ବ୍ୟାଟମିଣ୍ଟନ ଷ୍ଟାର ପିଭି ସିନ୍ଧୁ, ଡିସେମ୍ବର ୨୨ ଧରିବେ ଭେଙ୍କଟଙ୍କ ହାତ

ଭାରତର ଷ୍ଟାର ବ୍ୟାଟମିଣ୍ଟନ ଷ୍ଟାର ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ୨୨ ଡିସେମ୍ବର ୨୦୨୪ରେ ରାଜସ୍ଥାନର ଲେକ୍ ସିଟି ଉଦୟପୁରରେ ବିବାହ କରିବେ ସିନ୍ଧୁ । ସିନ୍ଧୁ ହାଇଦ୍ରାବାଦରେ ରହୁଥିବା ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିବେ । ସେ ପୋସାଇଡେକ୍ସ ଟେକ୍ନୋଲୋଜିରେ ବିଜନେସ୍ ଏଗଜିକ୍ୟୁଟିଭ ରହିଛନ୍ତି । ତେବେ ସିନ୍ଧୁଙ୍କ ବିବାହ ବିଷୟରେ ସିନ୍ଧୁଙ୍କ ବାପା ପିଭି ରମନା ସୂଚନା ଦେଇଛନ୍ତି ।

ଡିସେମ୍ବର ୧ ତାରିଖ ଅର୍ଥାତ୍ ରବିବାର ଦିନ ସିନ୍ଧୁ ସୟଦ ମୋଦି ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଜିତି ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଆଉ ଏବେ ବିବାହ ଖବର ପାଇବା ପରେ ଫ୍ୟାନ୍ସ ବେଶି ଖୁସି ହୋଇଯାଇଛି । ପିଭି ସିନ୍ଧୁଙ୍କ ବାପା ପିଭି ରମନା ଏହା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଦୁଇ ପରିବାର ପରସ୍ପରକୁ ଜାଣିଥିଲେ, ହେଲେ ଗୋଟିଏ ମାସ ପୂର୍ବରୁ ବିବାହ ଲାଗି ନିଷ୍ପତ୍ତି ନିଆଯାଇଛି ।

ପିଭି ସିନ୍ଧୁ କିଛି ସମୟ ପାଇଁ ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ଅଲିମ୍ପିକ୍ସରେ ମଧ୍ୟ ସେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ । ଫିଟନେସ ଯୋଗୁଁ ଖରାପ ଫର୍ମରେ ଥିଲେ । ସୟଦ ମୋଦି ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଆସନ୍ତା ମାସରୁ ସିନ୍ଧୁ ମ୍ୟାଚରେ ବ୍ୟସ୍ତ ରହିବେ । ଏହି କାରଣ ପାଇଁ ଦୁଇ ପରିବାର ୨୨ ଡିସେମ୍ବରକୁ ବିବାହ ସମାରୋହ ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ରିସେପ୍ସନ ୨୪ ଡିସେମ୍ବରରେ ହାଇଦ୍ରାବାଦରେ ହେବ ।

ତେବେ ସିନ୍ଧୁଙ୍କ ଭାବିସ୍ବାମୀ ଟି୨୦ ଲିଗ୍ ଆଇପିଏଲ ସହିତ ଜଡିତ । ଲିଙ୍କଡିନ୍ ବାୟୋରେ ମଧ୍ୟ ଭେଙ୍କଟ ବିଷୟରେ ଲେଖାଯାଇଛି । ଆଇପିଏଲ ଫ୍ରାଞ୍ଚାଇଜକୁ ମ୍ୟାନେଜ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button