ଦେଶ ବିଦେଶ

ଦୁର୍ଘଟଣାରେ ‘କ୍ୟାସ୍‌ ଲେସ୍‌’ ହେବ ଆହତଙ୍କ ଚିକିତ୍ସା ! – Utkal Mail



ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ କ୍ୟାସ୍‌ ଲେସ୍‌ ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଆଗାମୀ ୩ରୁ ୪ ମାସ ମଧ୍ୟରେ ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ନିମନ୍ତେ କ୍ୟାସଲେସ୍‌ ଉପଚାର ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛନ୍ତି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସଚିବ ଅନୁରାଗ ଜୈନ କହିଛନ୍ତି ଭାରତରେ ସଡ଼କ ଦୁର୍ଘଟଣା ଯୋଗୁ ହେଉଥିବା ମୃତ୍ୟୁ ସାରା ବିଶ୍ୱରେ ଅଧିକ। ୨୦୩୦ ମସିହା ସୁଦ୍ଧା ଦୁର୍ଘଟଣାହାର ୫୦ ପ୍ରତିଶତ କମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସଡ଼କ ସୁରକ୍ଷା ପାଇଁ ମନ୍ତ୍ରାଳୟ ଫାଇବ-ଇ ରଣନୀତି ପ୍ରସ୍ତୁତ କରିଛି।

ଏହି ଯୋଜନା ନୂଆ ସଂଶୋଧିତ ମୋଟର ଭେଇକଲ ଆକ୍ଟ ୨୦୧୯ର ଅଂଶବିଶେଷ ହେବ। ଦେଶର କେତେକ ରାଜ୍ୟରେ ସଡ଼କ ଦୁର୍ଘଟଣା ଆହତଙ୍କ କ୍ୟାସଲେସ୍ ଉପଚାର ଯୋଜନା ପୂର୍ବରୁ ମଧ୍ୟ କାର୍ଯ୍ୟକାରୀ ହେଉଛି। ତେବେ ଯୋଜନା ଅପଡେଟ୍ ପରେ ସାରା ଦେଶରେ ସମ୍ପୂର୍ଣ୍ଣ ରୂପେ ଲାଗୁ ହୋଇଯିବ। ଏହି ଘୋଷଣା ଦିଲ୍ଲୀରେ ଅନୁଷ୍ଠିତ ୩ଦିବସୀୟ ‘ଗ୍ଲୋବାଲ ରୋଡ ସେଫ୍ଟି ଇନିସିଏଟିଭ’ ରେ କରାଯାଇଛି। ଯାହାର ଆୟୋଜନ ଇନିଷ୍ଟେଚ୍ୟୁଟ୍ ଅଫ ରୋଡ ଟ୍ରାଫିକ ଏଜୁକେସନ (ଆଇଆରଟିଇ) ଏମଓଆରଟିଏଚଙ୍କ ସହଯୋଗରେ କରିଥିଲେ।

 




Related Articles

Leave a Reply

Your email address will not be published. Required fields are marked *

Back to top button