ନୀତି

ପତ୍ନୀ ଅଞ୍ଜୁଙ୍କୁ କ୍ଷମା କରିଦେଲେ ବୋଧେ ଅରବିନ୍ଦ ! ଭେଟିବାକୁ ରାଜି, ଗ୍ରହଣ କରିବାକୁ ବି… – Utkal Mail


ଇସଲାମାବାଦ: ରାଜସ୍ଥାନର ବିବାହିତା ମହିଳା ଅଞ୍ଜୁ ଫେସବୁକ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ପାକିସ୍ତାନ ଚାଲି ଯାଇଥିବା କଥା ଆପଣ ଜାଣନ୍ତି। ପାକିସ୍ତାନରେ ପ୍ରାୟ ଚାରି ମାସ ବିତାଇବା ପରେ ସେ ପୁଣି ଥରେ ନିଜ ଦେଶକୁ ଫେରିଛନ୍ତି। ଅଞ୍ଜୁ କହିଛନ୍ତି ଯେ ସେ ତାଙ୍କ ପିଲାମାନଙ୍କ ପାଇଁ ଭାରତ ଆସିଛନ୍ତି। ଅଞ୍ଜୁଙ୍କ ବିରୋଧରେ ତାଙ୍କ ସ୍ୱାମୀ ଅରବିନ୍ଦ ପୂର୍ବରୁ ଏକ ମାମଲା ଦାୟର କରିଥିଲେ। ଏହାପୂର୍ବରୁ ଅରବିନ୍ଦ କହିଥିଲେ ଯେ ସେ ଅଞ୍ଜୁଙ୍କୁ ଗ୍ରହଣ କରିବେ ନାହିଁ। କିନ୍ତୁ ବର୍ତ୍ତମାନ ତାଙ୍କର ଏକ ନୂତନ ସାକ୍ଷାତକାର ଦେଖିବାକୁ ମିଳିଛି। ଏଥିରେ ସେ ଅଞ୍ଜୁଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ପରି ମନେ ହେଉଛି।

ଅଞ୍ଜୁ ଜୁଲାଇରେ ପାକିସ୍ତାନ ଚାଲି ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଅଞ୍ଜୁ କହୁଥିଲେ ଯେ ସେ କେବଳ ବୁଲିବାକୁ ଆସିଛନ୍ତି। କିନ୍ତୁ ପରେ ତାଙ୍କର ଗୋଟିଏ ପରେ ଗୋଟିଏ କଥା ମିଥ୍ୟା ବୋଲି ପ୍ରମାଣିତ ହେଲା। ଜଣେ ବନ୍ଧୁ ବୋଲି ଦାବି କରୁଥିବା ନାସରୁଲ୍ଲା ପରବର୍ତ୍ତୀ ସମୟ‌ରେ ଅଞ୍ଜୁଙ୍କ ପ୍ରେମିକ ବୋଲି ଜଣାପଡ଼ିଲା। କେବଳ ସେତିକିି ନୁହେଁ, ଅଞ୍ଜୁ ଓ ନସରୁଲ୍ଲା ବିବାହ ବି କରିଥିବାର ଭିଡିଓ ଦେଖିବାକୁ ମିଳିଥିଲା। ଅଞ୍ଜୁ ଖ୍ରୀଷ୍ଟିଆନ ଧର୍ମ ଛାଡ଼ି ଇସଲାମ ଧର୍ମ ଗ୍ରହଣ କରି ଫାତିମା ହୋଇଥିଲେ। ଯେତେବେଳେ ଅଞ୍ଜୁ ନସରୁଲ୍ଲାଙ୍କୁ ବିବାହ କରିଥିଲେ, ସେତେବେଳେ ସେ ଅରବିନ୍ଦଙ୍କୁ ଛାଡ଼ପତ୍ର ଦେଇ ନଥିଲେ। ଏଭଳି ପରିସ୍ଥିତିରେ ଅରବିନ୍ଦ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ନିକଟରେ ଅରବିନ୍ଦ ଏକ ସାକ୍ଷାତକାର ଦେଇଛନ୍ତି। ତାଙ୍କୁ ପଚରାଯାଇଛି ଯେ ସେ ଏହି ମାମଲା ପ୍ରତ୍ୟାହାର କରିବେ କି ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପିଲାମାନଙ୍କ ଉପରେ ନିର୍ଭର କରୁଛି। ପିଲାମାନଙ୍କ ସହ କଥାବାର୍ତ୍ତା ପରେ ଏହି ନିଷ୍ପତ୍ତି ନିଆଯିବ । ସେ ଅଞ୍ଜୁଙ୍କୁ ଭେଟିବାକୁ ରାଜି ବି ହୋଇଛନ୍ତି। ତେଣେ ନସରୁଲ୍ଲା କହିଛନ୍ତି, ‘‘ଆମେ କଥା ହେବୁ ଏବଂ ପିଲାମାନେ ଯେପରି କହିବେ ତାହା କରିବୁ। ପରବର୍ତ୍ତୀ ନିଷ୍ପତ୍ତି ପିଲାମାନଙ୍କ ଉପରେ ନିର୍ଭର କରେ।’’

ଏହା ବ୍ୟତୀତ ଯେତେବେଳେ ତାଙ୍କୁ ପଚରାଗଲା ଯେ ଅଞ୍ଜୁଙ୍କୁ ଆପଣେଇବାକୁ ଚାହୁଁଛନ୍ତି କି? ଅର୍ଥାତ ସେ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ କି? ଏହାର ଉତ୍ତରରେ ସେ କହିଛନ୍ତି ଯେ ପିଲାମାନଙ୍କଠାରୁ ମତାମତ ନେଲା ପରେ ଯାଇ ସେ ଯାହା କରିବେ। ଯଦି ପିଲାମାନେ ଚାହାନ୍ତି ତେବେ ସେ ଗ୍ରହଣ କରିବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button