କ୍ରାଇମ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ – Utkal Mail


ଜୟପୁର: ଗତ ଜୁଲାଇ ମାସରେ ଜୟପୁର ଟାଉନଥାନା  ଅଂଚଳର ଜୈନେକା ନାବାଳିକାଙ୍କୁ ସେହି ଥାନା ଅଂଚଳର ଅଭିଯୁକ୍ତ  ରୋହିତ ହରିଜନ ନାମକ ଯୁବକ ‌ପ୍ରେମ ସଂପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଅପହରଣ କରି ନେଇଥିଲେ। ଛୋଟାଗୁଡା ଅଂଚଳରେ ଭଡାଘର ନେଇ ଆଣି ରଖିଥିଲେ। ଏହି ଘରେ ନାବାଳିକାର ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ମହିଳା ଥାନା ପୁଲିସକୁ ମିଳିଛି ସଫଳତା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ମହିଳା ଥାନା ଅଧିକାରୀ ଅନିତା କୁଜ୍ଜୁର।

ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରେ ଜୟପୁର ଟାଉନଥାନା  ଅଂଚଳର ଜୈନେକା ନାବାଳିକାଙ୍କୁ ସେହି ଥାନା ଅଂଚଳର ଅଭିଯୁକ୍ତ  ରୋହିତ ହରିଜନ ନାମକ ଯୁବକ ‌ପ୍ରେମ ସଂପର୍କ ସ୍ଥାପନ କରି ବିବାହର ମିତ୍ୟା ପ୍ରତିଶ୍ରୃତି ଦେଇ  ଅପହରଣ କରି ନେଇଥିଲେ। ଛୋଟାଗୁଡା ଅଂଚଳରେ ଭଡାଘର ନେଇ ଆଣି ରଖିଥିଲେ।  ଏହି ଘରେ ନାବାଳିକାର ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ। ଗତ ମାସର ଶେଷ ସପ୍ତାହରେ ତାଙ୍କୁ ଛାଡ଼ି ଦେଇଥିଲେ। ମହିଳାଥାନାକୁ ଆସି ଏନ‌େଇ ପୀଡିତା ନାବାଳିକା ଓ  ପରିବାରବର୍ଗ ଏତଲା ଦେଇଥିଲେ। ମହିଳା ଥାନା ପକ୍ଷରୁ ସବଇନିସପେକ୍ଟର ଶୁକ୍ଲା ମଣ୍ଡଳ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଦଫା ୩୭୬,( ପ‌େକ୍ସା ଆକ୍ଟ ଦଫା ୪(୨)୬ରେ ମାମଲା ରୁଜୁ କରି ଅପହରଣକାରୀ ଅଭିଯୁକ୍ତ ରୋହିତକୁ ଗିରଫ କରିଥିଲେ। ଉଭୟଙ୍କର ଡାକ୍ତରୀମାଇନା କରାଯାଇଥିଲା। ଅଭିଯୁକ୍ତଙ୍କୁ  ଆଜି କୋର୍ଟକୁ ଚାଳାଣ କରାଯାଇଥିଲା। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତ ସ୍ବତନ୍ତ୍ର କାରାଗାର ଜୟପୁରକୁ ପଠାଇ ଦେଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button