ଦେଶ ବିଦେଶ

ବିବିସିର ଚେୟାରମ୍ୟାନ୍ ହେବେ ସମୀର ଶାହା, ବାର୍ଷିକ ଦରମା ୧.୬୭କୋଟି – Utkal Mail



ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସମୀର ଶାହା ବ୍ରିଟିଶ ମିଡିଆ ବିବିସିର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ବ୍ରିଟେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦରେ ଜନ୍ମ ହୋଇଥିବା ୭୧ବର୍ଷିୟ ସମୀର ବର୍ତ୍ତମାନ ଜୁନିପର କମ୍ୟୁନିକେସନର ସିଇଓ ଅଛନ୍ତି। ବିବିସି ଚେୟାରମ୍ୟାନ୍ ଭାବରେ ସମୀର ସପ୍ତାହରେ ୩ଦିନ କାମ କରିବେ ଯେଉଁଥିପାଇଁ ତାଙ୍କୁ ବାର୍ଷିକ ୧.୬୭ କୋଟି ଟଙ୍କା ଦରମା ମିଳିବ ।

ଶାହା ଏହା ପୂର୍ବରୁ ବିସିସିଆଇ ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ସେ ବିବିସିରେ ରାଜନୀତି ଏବଂ ସାମ୍ପ୍ରତିକ କାର୍ଯ୍ୟ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଟେଲିଭିଜନରେ ସେବା ପାଇଁ ୨୦୧୯ରେ ମହାରାଣୀ ଏଲିଜାବେଥଙ୍କ ତାଙ୍କୁ CBE ଅର୍ଥାତ କମାଣ୍ଡର ଅଫ ମୋଷ୍ଟ ଏକ୍ସିଲେଣ୍ଟ ଅର୍ଡର ଅଫ ଦ ବ୍ରିଟିଶ ଏମ୍ପୋରିୟର ଆୱାର୍ଡରେ ସମ୍ମାନିତ କରିଥିଲେ ।

ସମୀର ବିସିସିଆଇରେ ରିଚାର୍ଡ ଶାର୍ପଙ୍କ ସ୍ଥାନ ନେବେ। ଶାହା ପୂର୍ବରୁ ୨୦୦୭ରୁ ୨୦୧୦ ମଧ୍ୟରେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ଶାହା ସରକାରଙ୍କ ସହ ଲାଇସେନ୍ସ ଫି ବିଷୟରେ ମଧ୍ୟ ଆଲୋଚନା କରିବେ। ଆନୁଷ୍ଠାନିକ ଭାବରେ ବିବିସି ଚେୟାରମ୍ୟାନ୍ ପଦ ଗ୍ରହଣ କରିବା ପୂର୍ବରୁ ବ୍ରିଟେନର କିଛି ସାଂସଦ ଶାହାଙ୍କ ସହ ଆଲୋଚନା କରିବେ ।

ଔରଙ୍ଗାବାଦରେ ଜନ୍ମିତ ସମୀର ଶାହା ୧୯୬୦ରେ ଇଂଲଣ୍ଡ ଆସିଥିଲେ। ସେ ଅକ୍ସଫୋର୍ଡ ୟୁନିଭରସିଟିରେ ଅଧ୍ୟୟନ କରିଥିଲେ । ବିସିସିଆଇ ମୁଖପାତ୍ର କହିଛନ୍ତି, ସମୀର ଶାହା ବିବିସି ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଥିବା ଘୋଷଣାକୁ ଆମେ ସ୍ୱାଗତ କରୁଛୁ ଏବଂ ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ ସେ ବୋର୍ଡରେ ଯୋଗଦେବେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button