ବିଚାର

ମା ଲକ୍ଷ୍ମୀକୁ ଖୁସି କରିବା ପାଇଁ କରନ୍ତୁ ଏହି ଯନ୍ତ୍ରର ପୂଜା, କେବେ ବି ହେବନି ଧନର ଅଭାବ

ଏହା ଏକମାତ୍ର ଏମିତିକା ଯନ୍ତ୍ର ଯାହା ସମସ୍ତ ବ୍ରମ୍ହାଣ୍ଡ ପ୍ରତୀକ ଅଟେ, ଶ୍ରୀ ଶବ୍ଦ ଅର୍ଥ ଲକ୍ଷ୍ମୀ, ସରସ୍ଵତୀ, ଶୋଭା, ସଂପଦା, ବିଭୁତି ଦ୍ଵାରା କରା ଯାଏ, ଏହି ଯନ୍ତ୍ର ଶ୍ରୀ ବିଦ୍ୟା ସହ ସମ୍ବନ୍ଧିତ ଅଟେ, ଶ୍ରୀଯନ୍ତ୍ରକୁ ଯନ୍ତ୍ରରାଜ ବି କୁହା ଯାଏ, ଏହାକୁ ଯନ୍ତ୍ରମାନଙ୍କ ମଧ୍ୟରୁ ସର୍ବୋତମ ବୋଲି କୁହା ଯାଉଛି, କଳିଯୁଗରେ କାମଧେନୁ ସମାନ ଅଟେ ଯାହା ସାଧକ କୁ ପୂର୍ଣ ମାନ – ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନ କରିଥାଏ ।

ଶ୍ରୀ ଯନ୍ତ୍ର କୁ କଳ୍ପବୃକ୍ଷ ମଧ୍ୟ କୁହା ଯାଇଛି, ଯାହା ସାନିଧ୍ୟରେ ସବୁ କାମନା ପୂର୍ଣ ହୋଇଥାଏ, ଶ୍ରୀ ଯନ୍ତ୍ର ସନ୍ଦର୍ଭ ରେ ଗୋଟେ କଥା ବର୍ଣନ ମିଳିଛି ।

ଏହା ଅନୁଯାଇ ଆଦି ସଙ୍କରାଆଚାର୍ଯ୍ୟ କୈଳାଶ ମାନ ସରୋବର ଉପରେ ଭଗବାନ ଶିବଙ୍କୁ କଠିନ ତପସ୍ୟା କରି ପ୍ରଶନ କରିଥିଲେ, ଭଗବାନ ପ୍ରଶନ ହୋଇ ତାଙ୍କୁ ବାର ମାଗିବା ପାଇଁ କହିଥିଲେ, ଆଦି ଶଙ୍କରାଚାର୍ଜ୍ୟ ବିଶ୍ଵ କଲ୍ୟାଣ ଉପାୟ ପଚାରିଥିଲେ, ଏହା ପରେ ସ୍ଵୟଂ ମହାଦେବ ଶଙ୍କାରାଚାର୍ଜ୍ୟଙ୍କୁ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଏହି ଶ୍ରୀ ଯନ୍ତ୍ର ମହିମା କହିଥିଲେ ଓ ଏହା ମଧ୍ୟ କହିଥିଲେ ଏହି ଶ୍ରୀ ଯନ୍ତ୍ର ମଣିଷ ପାଇଁ ସର୍ବଦା କଲ୍ୟାଙ୍କାରି ହବ ।

ଶ୍ରୀ ଯନ୍ତ୍ର ରେ ମା ନିଜେ ବିରାଜବାନ ହୁଅନ୍ତି ସେଥିପାଇଁ ଶ୍ରୀ ଯନ୍ତ୍ର ବିଶ୍ଵ ପାଇଁ କଲ୍ୟାଣ କାରୀ ଅଟେ, ଆଜିକା ସମୟରେ ଯାନ୍ତ୍ରିକ ଯୁଗ ରେ ଯେତେବେଳେ ମଣିଷ ଅନେକ ପ୍ରକାର ସମସ୍ଯା ଠାରୁ ଆକ୍ରାନ୍ତ ଅଛନ୍ତି, ଯଦି ସେ ଶ୍ରୀ ଯନ୍ତ୍ର ସ୍ଥାପନା କରନ୍ତି ତେବେ ଏହି ଯନ୍ତ୍ର ତାଙ୍କ ଅସୁବିଧା ପାଇଁ ରାମବାଣ ପରି କାମ କରିଥାଏ । ଏହି ଯନ୍ତ୍ରକୁ ପୂର୍ଣ ଶ୍ରଦ୍ଧା ଓ ବିଶ୍ଵାସ ସହ ବ୍ୟବସାୟ, ଦୋକାନ, ଅଫିସ, ଫ୍ୟାକ୍ତରୀ ଆଦି ରେ ସ୍ଥାପିତ କରିବା ଉଚିତ, ଏହାର ପ୍ରତିଦିନ ପୂଜା ଦ୍ଵାରା ଶ୍ରୀ ଲକ୍ଷ୍ମୀ ପ୍ରଶନ ହୋଇଥାନ୍ତି,

ଆଜିକା ସମୟରେ ପ୍ରତି ବ୍ୟକ୍ତି ବସ୍ତୁ ଦ୍ଵାରା ସୁଖ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏମିତି ସ୍ଥିତି ରେ ଶ୍ରୀ ଯନ୍ତ୍ର ସ୍ଥାପନା କରିବା ଆହୁରି ଆବଶ୍ୟକ ହୋଇ ଯାଇଛି, ଏହି ଯନ୍ତ୍ର ଉପଯୋଗ ବ୍ଯପାର ବୃଦ୍ଧି ପାଇଁ କରା ଯାଇ ପାରେ ସେଥିପାଇଁ ଏହି ଯନ୍ତ୍ରକୁ ତିଜୋରି ରେ ରଖନ୍ତୁ, ଏହି ଯନ୍ତ୍ରକୁ ବେଳ ଗଛ ଛାଯା ରେ ରାଖୀ ପୂଜା କଲେ ମାତା ଲକ୍ଷ୍ମୀ ଶୀଘ୍ର ପ୍ରଶନ ହୁଅନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button