କ୍ରାଇମ

ଅଭିଯୋଗକାରିଣୀଙ୍କ ଝିଅ ଉପରେ ପକାଇବା ପରେ ‘ଏସିଡ୍‌’ ପିଇ ଜୀବନ ହାରିଲେ ଦୁଷ୍କର୍ମ ଅଭିଯୁକ୍ତ – Utkal Mail


ନୂଆଦିଲ୍ଲୀ: ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳିଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ଅଭିଯୋଗକାରିଣୀ ମହିଳାଙ୍କ ନାବାଳିକା ଝିଅ ଉପରେ ‘ଏସିଡ୍‌’ ପକାଇବା ପରେ ନିଜେ ‘ଏସିଡ୍‌’ ପିଇ ଜୀବନ ହରାଇଥିବା କଥା ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ଗୁରୁବାର ସକାଳେ ଏହି ଘଟଣା ଘଟିଛି। ୫୪ ବର୍ଷିୟ ଅଭିଯୁକ୍ତ ପ୍ରେମ ସିଂହ ଦୁଷ୍କର୍ମ ପୀଡ଼ିତାଙ୍କ ଘରେ ପହଞ୍ଚି ଅଭିଯୋଗକାରିଣୀଙ୍କ ଝିଅକୁ ଧମକ ଦେଇ କହିଥିଲେ କି, ତାଙ୍କ ବିରୋଧରେ ଫାଇଲ୍‌ କରାଯାଇଥିବା ଦୁଷ୍କର୍ମ ମାମଲା ପ୍ରତ୍ୟାହାର କରିନେବା ପାଇଁ ସେ ମାଆକୁ ବାଧ୍ୟ କରୁ। କିନ୍ତୁ, ୧୭ ବର୍ଷୀୟ ଉକ୍ତ ନାବାଳିକା ମନା କରିବାରୁ ଅଭିଯୁକ୍ତ ସିଂହ ତା’ ଉପରେ ‘ଏସିଡ୍‌’ ଢାଳି ଦେଲେ। ତା’ପରେ ସେହି ‘ଏସିଡ୍‌’ ବୋତଲରୁ ନିଜେ ମଧ୍ୟ କିଛି ‘ଏସିଡ୍‌’ ପିଇଦେଲେ।

Image Courtesy of Main Media English

ଝିଅ ଘର ପାଖରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଦୁହିଁଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତ ପ୍ରେମ ସିଂହଙ୍କର ମୃତ୍ୟୁ ଘଟିଲା। ‘ଏସିଡ୍‌’ ମାଡ଼ରେ ସାମାନ୍ୟ ଆହତ ହୋଇଥିବା ସେ ନାବାଳିକାଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ‘ଏସିଡ୍‌’ ମାଡ଼ରେ ଆହତ ହୋଇଥିବା ନାବାଳିକାଜଣକ ପୁଲିସକୁ କହିଛି ଯେ, ତା’ର ମାଆ ପ୍ରେମ୍‌ ସିଂହଙ୍କ ନାଁ’ରେ ଦୁଷ୍କର୍ମ ଅଭିଯୋଗ ପଞ୍ଜିକୃତ କରିଥିଲେ। ଘରେ ଆୟୋଜିତ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସେ ଜାମିନ ପାଇ ଜେଲ୍‌ରୁ ଆସିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button