ଫଟୋ ସେୟାର କରି ବାପା ହେବାର ଖୁସି ଖବର ଦେଲେ ଓୟୋ ପ୍ରତିଷ୍ଠାତା – Utkal Mail
ନୂଆଦିଲ୍ଲୀ: ଅନଲାଇନ ହୋଟେଲ ବୁକିଂ ପ୍ଲାଟଫର୍ମ ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ ବାପା ହୋଇଥିବା ଖବର ମିଳିଛି। ରିତେଶ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ନବଜାତ ତାଙ୍କ ହାତ ଆଙ୍ଗୁଳିକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳୁଛି। ରିତେଶ ଓ ଗୀତାଶା ପୁତ୍ର ସନ୍ତାନର ବାପା ଓ ମା’ ହୋଇଛନ୍ତି। ଦୁହେଁ ପୁଅ ନାମ ଆର୍ଯନ ଦେଇଥିବା ଜଣାପଡ଼ିଛି।
କିଛିଦିନ ତଳେ ରିତେଶ ତାଙ୍କ ଅନ୍ତସତ୍ତ୍ବା ପତ୍ନୀ ଗୀତାଶା ସୁଦଙ୍କ ସହ ଟୁଇଟର (ଏକ୍ସ)ରେ ଏକ ଫଟୋ ସେୟାର କରିଥିଲେ, ‘ ଆଉ ଲେଖିଥିଲେ, ‘‘ମୁଁ ଏବଂ ଗୀତ ୧୧ବର୍ଷ ପୂର୍ବେ ଭେଟାଭେଟି ହୋଇଥିଲୁ। ସେହି ସମୟରେ ମୁଁ ଜଣେ ବାଳକ ଥିଲି। ଆଉ ନିଜର ଏକ କମ୍ପାନ କରିବା ସ୍ବପ୍ନ ପଛରେ ଗୋଡାଉଥିଲି। ମୋ ସ୍ତ୍ରୀ ଗୀତ ମୋର ପ୍ରତ୍ୟେକ ଅସୁବିଧା-ସୁବିଧା ସମୟରେ ଛିଡ଼ା ହୋଇଛନ୍ତି। ମୋତେ ସମର୍ଥନ କରିଛନ୍ତି।’’
ଏଥିସହ ସେ ଏହା ବି ଲେଖିଥିଲେ କି,‘‘ ଚଳିତ ବର୍ଷ ଆମର ବିବାହ ହେବା ପରେ ମୋର ଜୀବନରେ ଅନେକ ଭଲ ଏବଂ ଖରାପ ଘଟଣା ଘଟିଛି, କିନ୍ତୁ ବର୍ତ୍ତମାନ ଆମେ ଆମ ଜୀବନର ଏକ ନୂତନ ଆରମ୍ଭ କରିବାକୁ ଯାଉଛୁ। ଆମେ ପିଲାଠାରୁ ଯୁବକ ପର୍ଯ୍ୟନ୍ତ ଏବଂ ସ୍ୱାମୀ-ସ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ସମାପ୍ତ କରିସାରିଛୁ। ଏବେ ଆମେ ଦୁହେଁ ପିତାମାତା ହେବାକୁ ଯାଉଛୁ । ଏଥିପାଇଁ ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶୀବାଦ ନିହାତି ଆବଶ୍ୟକ।’’