ନୀତି

ଓଡ଼ିଆ ସାହିତ୍ୟ ଜଗତର କାଳଜୟୀ ସ୍ରଷ୍ଟା ଲକ୍ଷ୍ମୀକାନ୍ତ ମହାପାତ୍ର – Utkal Mail


ଆଜି ଜନ୍ମଦିନ

ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଜଣେ କାଳଜୟୀ ସାଧକ ଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର। ସେ ‘କାନ୍ତକବି’ ନାମରେ ଲୋକପ୍ରିୟ। ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ୨୦୨୦ରେ ଓଡ଼ିଶାର ରାଜ୍ୟ ସଂଗୀତ ମାନ୍ୟତା ପାଇଛି। ୧୮୮୮ ଡିସେମ୍ବର ୯ରେ ସେ ଜନ୍ମଗ୍ରହଣ କରିଥିଲେ। ବାଲେଶ୍ବର ଜିଲ୍ଲା ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ସେ ରେଭେନ୍‍ସା କଲେଜରେ ଅଧ୍ୟୟନ କରିଥିଲେ। ଛାତ୍ର ଅବସ୍ଥାରେ ନାଟକ, ସଂଗୀତ ଓ କବିତା ପ୍ରତି ତାଙ୍କର ଆକର୍ଷଣ ବଢ଼ିଥିଲା। ତାଙ୍କ ଲେଖାମାନ ‘ମୁକୁର’ ଓ ‘ଉତ୍କଳ ସାହିତ୍ୟ’ ଭଳି ପତ୍ରିକାରେ ପ୍ରକାଶ ପାଇଥିଲା।

ବ୍ୟାସକବି ଫକୀରମୋହନଙ୍କ ପ୍ରେରଣା ଓ ଆଶୀର୍ବାଦ ତାଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିଥିଲା। ମାତ୍ର ୨୫ ବର୍ଷ ବସୟରେ ବ୍ୟାଧିଗ୍ରସ୍ତ ହେବାରୁ ତାଙ୍କର ଅବଶିଷ୍ଟ ଜୀବନ ଯନ୍ତ୍ରଣାରେ କଟିଥିଲା। କିନ୍ତୁ ଜୀବନର ବେଦନା ଭିତରେ ସେ ଜୀବନର ସୌନ୍ଦର୍ଯ୍ୟକୁ ଆବିଷ୍କାର କରିପାରିଥିଲେ। ଲକ୍ଷ୍ମୀକାନ୍ତ ସାହିତ୍ୟ ରଚନାରୁ ପ୍ରସିଦ୍ଧି ବା ଉପଲବ୍‌ଧିର ଆଶା ରଖୁ ନ ଥିଲେ, ତାଙ୍କ ପାଇଁ ଲେଖାଲେଖି ଥିଲା ଜୀବନରେ ପରିପୂର୍ଣ୍ଣତା ସନ୍ଧାନର ଏକ ମାଧ୍ୟମ। ‘କଣାମାମୁ’ ଉପନ୍ୟାସ, ‘ବୁଢ଼ା ଶଙ୍ଖାରି’ ଗଳ୍ପ, ‘ଜୀବନ ସଂଗୀତ’ କବିତା ସଂକଳନ ଆଦି ତାଙ୍କର ଶ୍ରେଷ୍ଠ କୃତି ଭାବେ ପରିଗଣିତ। ୧୯୫୩ ମସିହା ଫେବ୍ରୁଆରି ୨୪ ତାରିଖରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button