ମନୋରଞ୍ଜନ

ଜୋକ୍ସ : ପୁଅ ବାପାଙ୍କୁ ପଚାରିଲା- ମମ୍ମୀଙ୍କ ଠାରେ ଏମିତି କଣ ଦେଖିଲ ଯେ ବାହା ହେଇଗଲ ?” ପୁଣି ଯାହା ହେଲା ଶୁଣିଲେ ଆପଣ ବି ହସି ହସି ଗଡିଯିବେ

ବାପା ସବୁବେଳେ ବାପା ହେଇଥାଏ । ଆମେ କେବେ ବି ନିଜ ବାପାଙ୍କୁ ଶିଖାଇ ପାରିବା ନାହିଁ । ସେ ଆମ ଠାରୁ ଅଧିକ ଦୁନିଆ ଦେଖିଛନ୍ତି । ଆମକୁ ଆମ ବାପା ବହୁତ ଭଲ ପାଆନ୍ତି । ଯଦି ଆମେ କିଛି ଭୁଲ କରିଥାଉ, ତାହାଲେ ଏଥିପାଇଁ ଆମକୁ ଦଣ୍ଡ ମଧ୍ୟ ଦେଇଥାନ୍ତି । ହେଲେ ବାପା ଓ ପୁଅ ମଧ୍ୟରେ ଥିବା ସମ୍ପର୍କ ବହୁତ ଅଲଗା ହୋଇଥାଏ । ସେମାନେ ପରସ୍ପର ମଧ୍ୟରେ ବହୁତ ମଜା ମସ୍ତି କରିଥାନ୍ତି । ଆଜି ଆମେ ଏହି ବାପା ଓ ପୁଅକୁ ନେଇ କିଛି ଭିନ୍ନ ଭିନ୍ନ ଜୋକ୍ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଜୋକ୍ସ-୧

ପୁଅ- ମୁ ବାହା ହେବି ନାହିଁ, ମୋତେ ସବୁ ଝିଅ ମାନଙ୍କୁ ଭୟ ଲାଗେ ।

ବାପା- କରିନେ ପୁଅ, ଏହା ପରେ ଜଣଙ୍କୁ କେବଳ ଭୟ କରିବୁ, ଅନ୍ୟ ସମସ୍ତେ ଭଲ ଲାଗିବେ ।

 

ଜୋକ୍ସ-୨

ବାପା ପୁଅ ଉପରେ ରାଗି କହିଲେ, ଗୋଟେ କାମ ଠିକ ସେ ହଉନାହିଁ ତୋ ଦ୍ଵାରା । ତତେ ପୋଦିନା ଆଣିବା ପାଇଁ କହିଥିଲି ତୁ ଧନିଆ ନେଇ ଆସିଲୁ ।

ତୋ ପରିକା ଗଧକୁ ଘରୁ ବାହାର କରିଦେବା ଉଚିତ ।

ପୁଅ- ବାପା ଚାଲ ଏକାଠି ଯିବା ।

ବାପା- କଣ ?

ପୁଅ- ମା କହୁଥିଲା, ଏଇଟା ମେଥି ବୋଲି ।

ଜୋକ୍ସ-୩

ବାପା – ଫୋନରେ କିଏ ଥିଲା ?

ସଞ୍ଜୁ- ସାଙ୍ଗ ଥିଲା ।

ବାପା- ସତରେ କହ କିଏ ଥିଲା ?

ସଞ୍ଜୁ- ସଞ୍ଜୟ ଦତ୍ତ । ସଞ୍ଜୁ କେବେ ସୁଧୁରିବ ନାହିଁ ସବୁବେଳେ ଏମତି ମାଡ ଖାଉଥିବ ।

ଜୋକ୍ସ-୪

ପୁଅ- ବାପା ତମେ ଏତେ ଚିନ୍ତାରେ କାହିଁକି ଅଛ ?

ବାପା- ଯାହାର ଭାଗ୍ୟରେ ସୁଖ ନଥାଏ ପୁଅ, ସେମାନଙ୍କ ସ୍ତ୍ରୀ ଛୁଟିରେ ମଧ୍ୟ ନିଜ ବାପଘରକୁ ବୁଲିବା ପାଇଁ ଯାଇନଥାଏ ।

ଜୋକ୍ସ-୫

ବାପା ଓ ୧୫ ବର୍ଷର ପୁଅ ହୋଟେଲ ଯାଇଥିଲେ

ବାପା- ୱେଟର ଗୋଟେ ବୀଅର ଓ ଗୋଟେ ଆଇସକ୍ରିମ ଆଣିବ ।

ପୁଅ- ଆଇସକ୍ରିମ କାହିଁକି ବାପା ତମେ ବି ବୀଅର ପିଅ ।

ଜୋକ୍ସ-୬

ମମ୍ମୀ ଠାରୁ ମାଡ ଖାଇ ଚିଣ୍ଟୁ କାନ୍ଦି କାନ୍ଦି ଆସିଲା ଓ ବାପାକୁ କହିଲା

“ବାପା ତୁମେ ମମ୍ମୀଙ୍କ ଠାରେ ଏମିତି କଣ ଦେଖିଲ ଯେ ବାହା ହେଇଗଲା?”

ବାପା- ତା ଗାଲରେ ଥିବା ଛୋଟ କଳାଜାଇ

ଚିଣ୍ଟୁ – କାମାଲ ଅଟେ… ଏତିକି ଛୋଟିଆ ଜିନିଷଟେ ପାଇଁ ଏତେ ବଡ ସମସ୍ୟାକୁ ଡାକି ଆଣିଲ ।

ଜୋକ୍ସ-୭

ଝିଅ- ତମେ ସବୁ ପୁଅ ଏକାପରି କାହିଁକି ହୋଇଥାଅ ?

ପୁଅ- ଅସଲରେ ଆମେ ମେକଅପ କରି ନଥାଉ ।

ଜୋକ୍ସ-୮

ଜଣେ ଚିନ୍ତିତ ମହିଳା ଅନ୍ୟ ଜଣେ ମହିଳାଙ୍କୁ କହିଲା

କଣ କରିବି ଭଉଣୀ ଯେତେବେଳେ ମୁ ବୋହୁ ଥିଲି ସେତେବେଳେ ମୋତେ ଏକ ଭଲ ଶାଶୁ ମିଳିଲା ନାହିଁ,

ଏବେ ଯେବେ ଶାଶୁ ହେଲି ସେତେବେଳେ ବି ଗୋଟେ ଭଲ ବୋହୁ ମିଳିଲା ନାହିଁ ।

ଜୋକ୍ସ-୯

ନିଜ ପୁଅର ରିପୋର୍ଟ କାର୍ଡରେ ବାପା ଟିପ ଚିହ୍ନ ଲଗାଇଲା ।

ପୁଅ- ବାପା ତମେ ତ ଇଞ୍ଜିନିୟର ଅଟ, ତାହାଲେ ଏହି ଟିପ ଚିହ୍ନ କାହିଁକି ?

ବାପା- ହାରାମଖୋର ତୋ ମାର୍କ୍ସ ଦେଖି ଶିକ୍ଷକ ଯେମିତି ନ ଜାଣେ ତୋ ବାପା ଇଞ୍ଜିନିୟର ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button