କ୍ରାଇମ

ଆତତାୟୀମାନେ ଦଣ୍ଡାଦେଶ ପାଇବା ପରେ ହେଲା ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍‌ଙ୍କ ବାପାଙ୍କ ମୃତ୍ୟୁ – Utkal Mail


ନୂଆଦିଲ୍ଲୀ: ଟେଲିଭିଜନ୍‌ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍‌ଙ୍କ ହତ୍ୟାକାରୀମାନେ ଆଜୀବନ କାରାଦଣ୍ଡାଦେଶ ପାଇବାର ଦିନ କେଇଟା ପରେ ତାଙ୍କ ବାପା ଏମ୍‌. କେ. ବିଶ୍ବନାଥନ୍‌ଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଛି।

ନଭେମ୍ବର ୨୫ ତାରିଖ ଦିନ ସୌମ୍ୟାଙ୍କୁ ହତ୍ୟା କରିଥିବା ଆତତାୟୀମାନେ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ। ଦଣ୍ଡାଦେଶ ଶୁଣାଣି କରାଯିବାର ମାତ୍ର ୨ ଦିନ ଆଗରୁ ହୃଦ୍‌ଘାତ ହେବାରୁ ସୌମ୍ୟାଙ୍କ ୮୨ ବର୍ଷିୟ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Image Courtesy of PTI

୫ ଅଭିଯୁକ୍ତଙ୍କୁ ସଜ୍ଜା ଦିଆଯିବା ଘଟଣା ଦେଖିବା ଲାଗି ଡାକ୍ତରଖାନାର ‘ଆଇସିୟୁ’ରେ ଥିବା ଏମ୍‌. କେ. ବିଶ୍ବନାଥନ୍‌ଙ୍କ ଲାଗି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ପରିବାର ଲୋକେ ‘ଅନ୍‌ଲାଇନ୍‌’ ବ୍ୟବସ୍ଥା କରିଥିଲେ। ସେମାନେ ଅଦାଲତଙ୍କୁ କହିଥିଲେ କି, ଅସୁସ୍ଥ ଥିଲେ ବି ସେ ଦଣ୍ଡାଦେଶ ଶୁଣାଣି ଦେଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୮ରେ ୨୬ ବର୍ଷୀୟ ସୌମ୍ୟା ବିଶ୍ବନାଥନ୍‌ଙ୍କୁ ହତ୍ୟା କରାଯିବା ପରେ ତାଙ୍କର ପିତାମାତା ଏମ୍‌. କେ. ବିଶ୍ବନାଥନ୍‌ ଓ ମାଧବୀ ବିଶ୍ବନାଥନ୍‌ ଝିଅ ପ୍ରତି ବିଚାର ଦେବାକୁ ଦୀର୍ଘ ଦିନ ଧରି ଆଇନଗତ ସଂଗ୍ରାମ ଚଳାଇଥିଲେ।

ଦୀର୍ଘ ୧୪ ବର୍ଷ ଧରି ଅଦାଲତରେ ଚାଲିଥିବା ଏହି ମାମଲାର ସମସ୍ତ ଶୁଣାଣି ଦେଖିବା ଲାଗି ଦୁହେଁ ଅଦାଲତରେ ହାଜର ହେଉଥିଲେ। ବାର୍ଦ୍ଧକ୍ୟଜନିତ ଦ୍ରୌବଲ୍ୟତା ଆସିଥିଲେ ବି ଏମ୍‌. କେ. ଆନନ୍ଦ ବଙ୍କୁଲିବାଡ଼ି ଧରି ଅଦାଲତକୁ ଯାଉଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button