କ୍ରାଇମ

୧୪ ସେକେଣ୍ଡରେ ଯୁବକଙ୍କ ଗାଲକୁ ୧୩ ଥର ଚପଲରେ ସେକିଲେ ଯୁବତୀ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ଯୁବତୀ ଯୁବକଙ୍କୁ ଚପଲରେ ନିସ୍ତୁକମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣ‌ାର ଭିଡିଓ ଭ‌ାଇରାଲ ହେବାପରେ ପୁଲିସ ଉକ୍ତ ଯୁବକକୁ ଖୋଜିବା ସହିତ ତଦନ୍ତ ଆରମ୍ଭ କରିଛି।

ଭାଇରାଲ ଭିଡିଓ କୋତବାଲି ଅଞ୍ଚଳର ପରିବା ମଣ୍ଡିର ବୋଲି କୁହାଯାଉଛି। ଭିଡିଓଟି ୩ରୁ ୪ଦିନ ତଳର ବୋଲି ଜଣାପଡ଼ିଥିବା ବେଳେ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଜ‌‌ଣେ ଯୁବତୀ ତାଙ୍କ ମା’ଙ୍କ ସହିତ ପରିବା କିଣିବା ପାଇଁ ମଣ୍ଡିକୁ ଯାଇଥିଲେ। ପରିବା କିଣି ଫେରୁଥିବା ସମୟରେ ଜଣେ ଯୁବକ ତାଙ୍କୁ ଅସଦାଚରଣ କରିଥିଲେ। ଏଥିରେ ଯୁବତୀ ଜଣକ ରାଗି ଯାଇଥିଲେ।

ସେ ସଙ୍ଗେସଙ୍ଗେ ପରିବାବ୍ୟାଗକୁ ତଳେ ରଖି ଯୁବକଙ୍କ ସାର୍ଟ କଲର ଧରି ଘୋଷାରି ଆଣିଥିଲେ।  ୪୦ସେକେଣ୍ଡ ମଧ୍ୟରେ ଯୁବତୀ ଯୁବକଙ୍କ ଗାଲରେ ୧୩ଥର ଚପଲରେ ମାଡ଼ ମାରିଥିଲେ। ପୁଲିସ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ କେତବାଲି ନଗରକୁ ଯାଞ୍ଚର ଆଦେଶ ଦେଇଛି।

ଯଥାଶୀଘ୍ର ଯୁବତୀଙ୍କ ଅସଦାଚଣ କରିଥିବା ଯୁବକଙ୍କୁ ଗିରଫ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ। ଆଇନ ବ୍ୟବସ୍ଥା ଦିନକୁ ଦିନ ଯେତିକି କଡ଼ା ହେଉଛି ଅପରାଧ ମାତ୍ରା ମଧ୍ୟ ହ୍ରାସ ପାଉଥିବା କୁହାଯାଉଥିବା ବେଳେ ରାସ୍ତାଘାଟରେ ସର୍ବସମ୍ମୁଖରେ ଯୁବତୀଙ୍କୁ ଏଭଳି ଅସଦାଚରଣ କରାଯାଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button