କ୍ରାଇମ

ସମ୍ପତ୍ତି ବିବାଦ: ସାନକୁ ହତ୍ୟାକଲା ବଡ଼ଭାଇ – Utkal Mail


ଧରାକୋଟ: ଜମିଜମା ବିବାଦ ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଓ ବଡ଼ଗଡ଼ ଥାନା ଜଗନ୍ନାଥପୁରଶାସନ ଗ୍ରାମରେ ସାନଭାଇକୁ ହତ୍ୟା କଲା ବଡ଼ଭାଇ। ମୃତକ ହେଲେ, ନିଲୁ ବିଷୋୟୀ (୩୫)। ଆଜି ସକାଳେ ପ୍ରତାପୁର ଗ୍ରାମ ଚତରା ବନ୍ଧ ନିକଟ ଚୂନାନାଳରୁ ତାଙ୍କ କ୍ଷତାକ୍ତ ଶବ ମିଳିଛି। ବେକରେ ଗଭୀର ଆଘାତ ଲାଗିଥିବାରୁ କୌଣସି ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଦୁଇଭାଇ ଓ ଅନ୍ୟ ଜଣେ ସଂପର୍କୀୟ ମିଶି ମଦ ପିଇବାକୁ ରୁଗୁମୁ ଗ୍ରାମକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସାରୁ ମାର୍‌ପିଟ୍ ହୋଇଥିଲା। ନିଲୁଙ୍କୁ ତାଙ୍କ ବଡ଼ଭାଇ ହତ୍ୟା କରିବା ପରେ ଶବକୁ ନାଳରେ ଫୋପାଡ଼ି ଫେରାର ହୋଇଯାଇଥିବା ଏତଲାରେ ଦର୍ଶାଯାଇଛି। ମୃତକଙ୍କ ପତ୍ନୀ ମାମିନୀଙ୍କ ଏତଲା କ୍ରମେ ବଡ଼ଗଡ଼ ଥାନା କେସ୍ ନମ୍ବର ୫୪୧/୨୩ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ, ବଡ଼ଗଡ଼ ଥାନାଧିକାରୀ ସନ୍ଧ୍ୟାରାଣୀ ସିଂ, ଧରାକୋଟ ଥାନାଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଓ ଶେରଗଡ଼ ଥାନାଧିକାରୀ ବରେନ୍ଦ୍ର ସିଅଳ ପ୍ରମୁଖ ପହଞ୍ଚି ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଛାନ୍‌ଭିନ୍ କରିଛି। ପୁଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ମୃତକଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button