ବସ ମାର୍ଶଲ ପ୍ରସଙ୍ଗ: ଆପ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବସ ମାର୍ଶଲ ପ୍ରସଙ୍ଗକୁ ନେଇ ହୋଇଥିବା ହଙ୍ଗାମା ଆପ ସରକାରଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ, ବିଧାୟକ କୁଲଦୀପ କୁମାର,ଜର୍ଣ୍ଣେଲ ସିଂ ଏବଂ ରୋହିତ ମହୋରଲିୟାଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ।
ଦିଲ୍ଲୀ ବିଧାନସଭାରେ ବିରୋଧୀଦଳର ନେତା ବିଜୟନ୍ଦ୍ର ଗୁପ୍ତାଙ୍କ ଅଭିଯୋଗ ପରେ ଧାରା ୩୫୧ (୨) (ଅପରାଧିକ ଧମକ), ୧୨୬ (୨) (ଭୁଲ ଶୈଳିରେ ଅଟକାଇବା) ଏବଂ ଅନ୍ୟାନ୍ୟ ଭାରତୀୟ ସଂହିତା ଅନୁଯାୟୀ ଉତ୍ତର ଜିଲ୍ଲାର ସିଭି ଲ୍ଲାଇନ୍ସ ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଛି।ବିରୋଧୀ ଦଳର ନେତା ବିଜୟେନ୍ଦ୍ର ଗୁପ୍ତା ଅଭିଯୋଗ କରିଛନ୍ତି ଯେ ଆପ ବିଧାୟକ ସୌରଭ ଭରଦ୍ୱାଜ, କୁଲଦୀପ କୁମାର, ଜର୍ଣ୍ଣେଲ ସିଂ ଏବଂ ରୋହିତ ମେହରୋଲିୟା ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିଲେ। ଏଥିପାଇଁ ମାରପିଟ ବି ହୋଇଥିଲା। ଯେତେବେଳେ ବିଜେପି ବିଧାୟକମାନେ ମାର୍ଶଲ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କୁ ସ୍ମାରକପତ୍ର ପ୍ରଦାନ କରୁଥିଲେ ସେତେବେଳେ ଏହି କାଣ୍ଡ ଘଟିଥିଲା।
ଶ୍ରୀ ଗୁପ୍ତା ଆହୁରି କହିଛନ୍ତି ଯେ ସେ ବୈଠକରୁ ବାହାରକୁ ଆସୁଥିବା ବେଳେ ସଚିବାଳୟ ପରିସରରେ ଉପସ୍ଥିତ ଥିବା ଆପ ବିଧାୟକମାନେ ଦୁର୍ବ୍ୟବହାର କରିବା ସହ ମାରପିଟ କରିଥିଲେ।
ଶନିବାର ଦିନ ଆପ ଏବଂ ବିଜେପି ବିଧାୟକମାନେ ବସ୍ ମାର୍ଶଲର ପୁନଃ ସ୍ଥାପନ ପ୍ରସଙ୍ଗରେ ପରସ୍ପର ଉପରେ ଦୋଷ ଲଦିଥିଲେ। ଗତ ବର୍ଷ ସିଭିଲ୍ ଡିଫେନ୍ସ ନିର୍ଦ୍ଦେଶାଳୟ ଆପତ୍ତି ଉଠାଇବା ପରେ ସର୍ବସାଧାରଣ ପରିବହନ ବସ୍ରେ ମାର୍ଶଲ ଭାବରେ ନିୟୋଜିତ ୧୦,୦୦୦ ରୁ ଅଧିକ ସୁରକ୍ଷା ସ୍ୱୟଂ ସେବକ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କୁ ହଟାଇ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏ ବାବଦରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।