ମାତ୍ର ଏହି ଗୋଟିଏ ଉପାୟ କରନ୍ତୁ , ଆଣ୍ଠୁ, ଅଣ୍ଟା, ଗଣ୍ଠି ଯନ୍ତ୍ରଣା ମୂଳରୁ ଦୂର ହେବା ସହ ଆଉ ଭବିଷ୍ୟତରେ କେବେ ହେବ ନାହିଁ
ସାଧରଣତଃ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ । ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ର କାମ କରିବାର କ୍ଷମତା ଯେପରି କମି ଯାଏ । କିନ୍ତୁ ତାହା ଏମିତିବି ନୁହେଁ ଯେ ସମସ୍ତଙ୍କ ଠାରେ ଏହି ସମସ୍ୟା ଦେଖା ଦେବ । କାହା ଠାରେ ଅଧିକ , କାହା ଠାରେ କମ ତ ପୁଣି କାହା ଠାରେ ଆଦୌ ଦେଖା ଯାଇ ନଥାଏ । କିନ୍ତୁ ବର୍ତ୍ତମାନ ର ଖାଦ୍ୟପେୟ , ପରିବେଶ କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପ୍ରାୟ ଅଧିକାଂଶ ଲୋକଙ୍କ ଠାରେ ଦେଖା ଯାଉଛି ।
ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଆଣ୍ଠୁ ଗଣ୍ଠି କିମ୍ବା କୌଣସି ଅଙ୍ଗର ହାଡ଼ ଯନ୍ତ୍ରଣା ଆମ ମାରାତ୍ମକ ସମସ୍ୟା ପାଲଟିଛି ।ସେଥିରୁ ବର୍ତ୍ତିବା ପାଇଁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି । କିନ୍ତୁ ଏହାର ପ୍ରକୃତ କାରଣ କଣ ଜାଣିଛନ୍ତି କି ? ମୁଖ୍ୟ କାରଣ ହେଉଛି ଶରୀରରେ ପୋଷକ ତତ୍ତ୍ୱ ର ଅଭାବ । ଏହି ଅଭାବ କାରଣରୁ ଲୋକେ ଦୁର୍ବଳ ହୋଇଯାନ୍ତି ଏବଂ ଶରୀରର ଆଣ୍ଠୁ ଗଣ୍ଠି ମଧ୍ୟ ଦୁର୍ବଳ ହୋଇଯାଏ । ପୁଣି ବର୍ତ୍ତମାନ ଖାଦ୍ୟପେୟ ରେ ଅନେକ କେମିକାଲ ମିଶି ରହିଥାଏ । ଯାହାଦ୍ୱାରା ଶରୀରର କ୍ଷମତା ବଢ଼ିବା ବଦଳରେ କମି ଯାଏ ।
ତେଣୁ ପ୍ରଥମତଃ ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କୁ ଭଲ କରିବା ପାଇଁ ଉଚିତ ଖାଦ୍ୟପେୟ ଗ୍ରହଣ କରିବା ଉଚିତ । ତାହା ବ୍ୟତୀତ ଆଜି ଆମେ ଏହି ଲେଖାରେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ପ୍ରୟୋଗ କରନ୍ତି ତେବେ ଆଣ୍ଠୁ ଗଣ୍ଠି ସମସ୍ୟା ଖୁବ କମ ସମୟ ମଧ୍ୟରେ ଠିକ ହୋଇଯିବ ।
ଅରଖ ପତ୍ର :-
ଅରଖ ପତ୍ର ଏକ ସାଧାରଣ ପତ୍ର ହୋଇପାରେ । କିନ୍ତୁ ଏହି ପତ୍ରକୁ ଅନେକ ପୁରା କାଳରୁ ଯନ୍ତ୍ରଣା କୁ ନିୟନ୍ତ୍ରଣ କରିବାର ଅମୋଘ ଅସ୍ତ୍ର ଭାବରେ ପ୍ରୟୋଗ କରାଯାଇ ଆସୁଛି । କିନ୍ତୁ ଏହି ପତ୍ରକୁ ଛିଡ଼ାଇବା ସମୟରେ ଧ୍ୟାନ ଦେବେ ଯେପରି ତାର କ୍ଷୀର ଆଖିରେ ନପଡ଼େ । କାରଣ ତାହାଦ୍ୱାରା ଆଖି ନଷ୍ଟ ହୋଇଯାଏ । ତେଣୁ ପ୍ରଥମତଃ ଏହି ସାବଧାନତା ଅବଲମ୍ବନ କରନ୍ତୁ । ତାପରେ ୧୫ ଟି ଅରଖ ଫୁଲ ନିଅନ୍ତୁ ଏବଂ ମାତ୍ର ଏକ ଛୋଟ ଗିନା ମାପ ପରିମାଣର ପାଣିରେ ଫୁଟାଇବା ଆରମ୍ଭ କରନ୍ତୁ ।
ତାପରେ ଫୁଲକୁ ବାହାର କରି ଆଣ୍ଠୁ ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାଇବେ । ତାପରେ ସେହି ଫୁଲକୁ ଏକ ଶୁଖିଲା କପଡ଼ା ରେ ଘଷି ଦିଅନ୍ତୁ , ତାପରେ ଅରଖ ପତ୍ରରେ ସୋରିଷ ତେଲ ଲଗାଇ ତାହାକୁ କିଛି ସମୟ ତାୱା ରେ ରଖି ଗରମ କରନ୍ତୁ । ପରେ ତାହାକୁ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିବା ସ୍ଥାନରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ଦରଜ ସମସ୍ୟା ଖୁବ କମ ସମୟ ମଧ୍ୟରେ ଦୂରେଇ ଯିବ ।ଏହା ବ୍ୟତୀତ ଅରଖ ଗଛର କ୍ଷୀର ମଧ୍ୟ ଏହି ଯନ୍ତ୍ରଣା କୁ ଭଲ କରି ପାରିବ । ଏହାଦ୍ବାରା ଆହୁରି କମ ସମୟ ମଧ୍ୟରେ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ