ଲୋକାର୍ପଣ ହେବ ଅଟଳ ସେତୁ
ମହାରାଷ୍ଟ୍ରରେ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅର୍ଥାତ୍ ଆଜି ସାଢ଼େ ୩୦ ହଜାର କୋଟି ଟଙ୍କାର ବିନିମୟରେ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାକୁ ଯାଉଛନ୍ତି । ଶ୍ରୀ ମୋଦୀ ଅଟଳ ବିହାରୀ ବାଜପେୟ ପେୟୀ ସେୱାରୀ – ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିବେ । ୧୭ ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ଅଟଳ ସେତୁ ନିର୍ମାଣ କରାଯାଇଛି ।

ଏହି ସେତୁ ୨୧.୮ କିଲୋମିଟର ଦୀର୍ଘ ବିଶିଷ୍ଟ ଓ ୬ ଟି ଲେନ୍ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି । ୨୦୧୬ ମସିହାର ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେତୁର ଶିଳାନ୍ୟାସ କରିଥିଲେ । ଏବଂ ଇଷ୍ଟର୍ଣ୍ଣ ଫ୍ରିୱେଜ୍ ଅରେଞ୍ଜ ଗେଟ୍ରୁ ମେରାଇନ୍ ଡ୍ରାଇଭ୍ ପର୍ଯ୍ୟନ୍ତ ମାଟିତଳେ ସୁଡଙ୍ଗ ରାସ୍ତାର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି । ୯.୨ କିଲୋମିଟର ଦୀର୍ଘତା ବିଶିଷ୍ଟ ଏହି ସୁଡଙ୍ଗ ୮ହଜାର ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ମୁମ୍ବାଇରେ ଏହାକୁ ଏକ ଗୁରୁତ୍ଵପୂର୍ଣ୍ଣ ମୌଳିକ ଢ଼ାଞ୍ଚା ଉନ୍ନୟନ ପ୍ରକଳ୍ପ ହେବ, ଯାହାଦ୍ୱାରା ଅରେଞ୍ଜ ଗେଟ୍ ଓ ମେରାଇନ୍ ଡ୍ରାଇଭ୍ ମଧ୍ୟରେ ଯାତ୍ରାର ସମୟ ବହୁମାତ୍ରାରେ ହ୍ରାସ ପାଇବ ବୋଲି ସୂଚନା ରହିଛି । ସରକାରୀ ଏକ ସୂତ୍ର ଅନୁଯାୟୀ, ଟ୍ୟାକ୍ସି, କାର୍, ମିନିବସ୍ ଏବଂ ଟୁ-ଏକ୍ସଲ୍ ବସ୍ ଭଳି ଗାଡ଼ିର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ। ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ। ୧୮,୦୦୦ କୋଟି ଟଙ୍କାର ଏହି ସମୁଦ୍ର ପୋଲ ମୁମ୍ବାଇର ସେଓ୍ୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଉରାନ ତାଲୁକର ନହୱା ଶେୱାରେ ଶେଷ ହୋଇଛି ।