ଦେଶ ବିଦେଶ

ପୁଣି ବ୍ଲୁ ଟିକ୍ ସବସ୍କ୍ରିପସନ୍ ଆରମ୍ଭ କରିବ ଟ୍ୱିଟର

ନ୍ୟୁୟର୍କ: ଟ୍ୱିଟର ପୁଣି ଥରେ ଏହାର ‘ବ୍ଲୁ ଚେକ୍ ମାର୍କ’ ସେବା ଆରମ୍ଭ କରିବାକୁ ଯାଉଛି। ମାସକ ତଳେ କମ୍ପାନୀର ଏହି ଉଦ୍ୟମ ବିଫଳ ହୋଇଥିଲା।

ଏହି ସୋସିଆଲ ମିଡିଆ କମ୍ପାନୀ କହିଛି ଯେ ସୋମବାର ଠାରୁ ୟୁଜରମାନଙ୍କୁ ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ କିଣିବାକୁ ଅନୁମତି ଦିଆଯିବ । ଏହି ସେବା ସବସ୍କ୍ରିପସନ୍ ଦ୍ବାରା ୟୁଜରମାନେ ସ୍ୱତନ୍ତ୍ର ଫିଚର୍ ପାଇବେ।

ବ୍ଲୁ ଚେକ୍ ମାର୍କଗୁଡିକ ମୂଳତଃ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂଗଠନ ଏବଂ ସାମ୍ବାଦିକମାନଙ୍କୁ ଦିଆଯାଏ ଯାହା ଟ୍ୱିଟର ଦ୍ୱାରା ଭେରିଫିକେସନ୍ ହୋଇଥାଏ |

ଅକ୍ଟୋବରରେ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ପରେ ଏଲନ୍ ମସ୍କ ମାସକୁ ୮ ଡଲାର ଦେୟରେ ବ୍ଲୁ ଟିକ୍ ସେବା ଆରମ୍ଭ କରିଥିଲ । କିନ୍ତୁ କିଛି ନକଲି ୟୁଜର ମଧ୍ୟ ବ୍ଲୁ ଟିକ୍ ହାସଲ କରିଥିଲେ । ଏହି କାରଣରୁ ଟ୍ୱିଟର ଏହି ସେବାକୁ ବନ୍ଦ କରି ଦେଇଥିଲା।

ବର୍ତ୍ତମାନ ପୁଣି ବ୍ଲୁ ଟିକ୍ ସେବା ଆରମ୍ଭ ହୋଇଥିବା ସେବା ୱେବ୍ ୟୁଜରଙ୍କ ପାଇଁ ମାସକୁ ୮ ଡଲାର ଏବଂ ଆଇଫୋନ୍ ୟୁଜରଙ୍କ ପାଇଁ ମାସିକ ୧୧ ଡଲାର ଖର୍ଚ୍ଚ ହେବ |

ଟୁଇଟର୍ କହିଛି ଯେ ବ୍ଲୁ ଟିକ୍ ସବସ୍କ୍ରିପସନ୍ ଦ୍ବାରା ଗ୍ରାହକମାନେ କମ୍ ବିଜ୍ଞାପନ ଦେଖିବେ, ଅଧିକ ଭିଡିଓ ପୋଷ୍ଟ କରିବାକୁ ସକ୍ଷମ ହେବେ ଏବଂ ସେମାନଙ୍କର ଟୁଇଟ୍ ଗୁଡିକ ଅଧିକ ପ୍ରାଧାନ୍ୟତାର ସହ ଦେଖାଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button