ଜୀବନଶୈଳୀ

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ଏହି ସବୁ ଦିଗପ୍ରତି ଦିଅନ୍ତୁ ଧ୍ୟାନ

ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍‌ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।

ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍‌ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ। ଏହାକୁୁ ସାମ୍ନା କରିବା ପାଇଁ କେତେକ ଦିଗ ପ୍ରତି ଧ୍ୟାନ ଦେଲେ ସହଜରେ ହୋଇଯିବେ ଉତ୍ତୀର୍ଣ୍ଣ।

ଆସନ୍ତୁ ଜାଣିବା କିଛି ଟିପ୍ସ :

୧- ଇଣ୍ଟରଭ୍ୟୁରେ ସଫଳ ହେବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସିଭି। ସିଭି ଭଲ ଭାବେ ତିଆରି ହୋଇଥିବା ଦରକାର।  ଏଥିପାଇଁ ସିଭିରେ ନିଜର ସମସ୍ତ ତଥ୍ୟ ଠିକ୍‌ ଭାବେ ଉଲ୍ଲେଖ କରନ୍ତୁ। ଏଥିସହ ସିଭିରେ ଯାହା ଲେଖିଛନ୍ତି ତାହା ସତ ହୋଇଥିବା ଆବଶ୍ୟକ।

 

୨– କୌଣସି ଅଫିସରେ ଯେଉଁ ବିଭାଗ ପାଇଁ  ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ସେ ସମ୍ପର୍କିତ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଦେବା ଉଚିତ। ଏଥିସହିତ ନିଜ ଭିତରେ ଆତ୍ମବିଶ୍ୱାସ ରହିବା ଦରକାର। ଇଣ୍ଟରଭ୍ୟୁ ସମୟରେ Star ହେବାକୁ ପଡ଼ିବ। Star ଅର୍ଥ (Situation, Task, Action and Result)।

Situation : ଆପଣ ପରିସ୍ଥିତିକୁ ଭଲ ଭାବେ ଅନୁଧ୍ୟାନ କରନ୍ତୁ।

Task : ଯାହା ଟାସ୍କ ଦିଆଯାଇଥିବ ତାହା ନିର୍ଭୁଲ ଭାବେ କରିବା ପାଇଁ ଚେଷ୍ଟା କରନ୍ତୁ।

Action : ଆପଣ ମଧ୍ୟ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତିଙ୍କୁ କିଛି ପ୍ରଶ୍ନ ଖୋଲାଖୋଲି ପଚାରନ୍ତୁ। ମନେରଖନ୍ତୁ ଛୁଟି ଏବଂ ଦରମା କଥା ଆଦୌ ପଚାରିବେ ନାହିଁ।

Result : କିଛିଦିନ ଧୈର୍ଯ୍ୟର ସହ ଫଳାଫଳକୁ ଅପେକ୍ଷା କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button