କ୍ରୀଡା

ଆଦିତିଙ୍କ ଲଭ୍ ବଳରେ ଇଶାନ ଆଉଟ୍ ।

ଏବେ ସମସ୍ତ ଖେଳ ପ୍ରେମୀଙ୍କ ହୃଦୟରେ ବ୍ୟାଟସମ୍ୟାନ୍ ଇଶାନ୍ କିଶାନ୍ ।ଦିନିକିଆ ମ୍ୟାଚରେ ଦୁଇ ଶତକ ଅର୍ଜନ କରି ସେ ଏବେ ଚାରିଆଡ଼େ ଚର୍ଚ୍ଚା ସାଉଁଣ୍ଟିଛନ୍ତି ।୨ ଶତକ ତାଲିକାରେ ଇଶାନଙ୍କ ନାମ ସଚିନ ତେନ୍ଦୁଲକର, କ୍ରିସ ଗେଲ୍, ରୋହିତ ଶର୍ମାଙ୍କ ନାମ ଭଳି ବଡ ଖେଳାଳୀଙ୍କ ସହ ତାଙ୍କ ନାଁ ଯୋଡ଼ି ହୋଇଯାଇଛି ।ତେବେ ଏବେ ଇଶାନଙ୍କ ଗାର୍ଲଫ୍ରେଣ୍ଡକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଯୁବ ଖେଳାଳୀ ଇଶାନ୍ କିଶାନଙ୍କର ଗାର୍ଲଫ୍ରେଣ୍ଡ ହେଉଛନ୍ତି ଆଦିତି ହୁଣ୍ଡିଆ ।

ଆଦିତି ହୁଣ୍ଡିଆ ଦେଖିବାକୁ ବହୁତ ସୁନ୍ଦର ଏବଂ ବେଶ୍ ଗ୍କାମରୀୟସ ମଧ୍ୟ ।ଇଶାନଙ୍କ ଗାର୍ଲଫ୍ରେଣ୍ଡକୁ ନେଇ ଏବେ ବହୁତ ଚର୍ଚ୍ଚା ଚାଲିଛି ।ଇନଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷରୁ ଅଧିକ ଫୋଲୋୱର୍ସ ମଧ୍ୟ ଅଛନ୍ତି ।ଆଦିତି ହୁଣ୍ତିଆ ୨୦୧୭ ମସିହାରେ ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି ।ଏବଂ ସେ ୨୦୧୮ ମସିହାରେ ମିସ୍ ସୁପର ଇଣ୍ଡିଆ ନେସେନାଲ୍ ପୁରସ୍କାର ମଧ୍ୟ ଜିତିଛନ୍ତି ।ଆଦିତି ଜଣେ ମଡେଲ ସହ ତାଙ୍କର ଷ୍ଟାଇଲିଷ୍ଟ ଲୁକ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ।

ଅନେକ ସମୟରେ ଇଶାନଙ୍କ ସହ ଆଦିତିଙ୍କ ଫଟୋ ମଧ୍ୟ ବେଶ୍ ଭାଇରାଲ ହୋଇଥାଏ ।ଦୁହେଁ ଏକା ସମୟରେ ବେଶ୍ ଟାଇମ୍ ମଧ୍ୟ ସେୟାର କରିଥାନ୍ତି ।ଆଦିତି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଇଶାନଙ୍କ ଫଟୋ ସହିତ ହାର୍ଟ ଚିହ୍ନ ମଧ୍ୟ ଦେଇଛନ୍ତି ।ଆଦିତି ଓ ଇଶାନ ଦୁହେଁ ଏକାସାଙ୍ଗରେ ସମୟ କାଟୁଥିବାର ନଜର ଆସୁଥିବା ବେଳେ ଏହି ସମ୍ପର୍କକୁ ନେଇ ଦୁହିଁଙ୍କ ମଧ୍ୟରୁ କେହିବି ଖୋଲାଖୋଲି ଭାବରେ ପ୍ରତିକ୍ରିୟା ରଖିନାହାନ୍ତି ।।ଆଦିତି ହୁଣ୍ତିଆଙ୍କୁ ୨୦୨୨ ଆଇପିଏଲ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିଥିଲା ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button