ଶିକ୍ଷା

ୟୁଜି ପାଠ୍ୟକ୍ରମରେ ବଦଳି, ଏଣିକି ୪ ବର୍ଷରେ ମିଳିବ ଡିଗ୍ରୀ ।

ଗ୍ରାଜୁଏସନ ଆଉ ୩ ବର୍ଷ ନୁହେଁ ୪ ବର୍ଷ ହେବ । ୪ ବର୍ଷ ପରେ ଛାତ୍ରଛାତ୍ରୀ ପାଇବେ ଡିଗ୍ରୀ ସାର୍ଟିଫିକେଟ । ୩ ବର୍ଷ କଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ । କଲେଜରେ ଏବେ ଆଉ ଗୋଟିଏ ବର୍ଷ ଅଧିକ ଛାତ୍ରଛାତ୍ରୀମାନେ ସେମାନଙ୍କର ସମୟ କାଟିବେ । କାରଣ ଆଗକୁ ବିଏ,ବିଏସି,ବିକମ ଛାତ୍ରଛାତ୍ରୀମାନଙ୍କୁ ତିନି ବର୍ଷ ପଢିଲା ପରେ ଗ୍ରାଜୁଏସନ ସାର୍ଟିଫିକେଟ ମିଳୁଥିଲା । କିନ୍ତୁ ଆସନ୍ତା ବର୍ଷ ଗ୍ରାଜୁଏସନ ଡିଗ୍ରୀ ପାଇଁ ୩ ବର୍ଷ ନୁହେଁ ୪ ବର୍ଷ ପର୍ଯ୍ୟନ୍ତ ପଢିବାକୁ ପଡିବ । ଏହାର କାରଣ ହେଉଛି ୟୁଜିସି ଚାରି ବର୍ଷ ସ୍ନାତକତ ପାଠ୍ୟକ୍ରମର ରୂପରେଖ ତିଆରି କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ନୂଆ । ଆସନ୍ତା ଶିକ୍ଷା ବର୍ଷ ୨୦୨୩ ରୁ ୨୦୨୪ରେ ଦେଶର ସବୁ ବିଶ୍ୱ ବିଦ୍ୟାଳୟରେ ଏହାକୁ ଲାଗୁ କରାଯିବ ।

ମାନେ ଆସନ୍ତା ବର୍ଷ ଯେଉଁ ଛାତ୍ରଛାତ୍ରୀମାନେ ବିଏ,ବିଏସି ଏବଂ ବିକମରେ ନାମ ଲେଖାଇବେ, ସେମାନେ ତିନି ବର୍ଷ ନୁହେଁ ୪ ବର୍ଷ ପର୍ଯ୍ୟନ୍ତ ପାଠ ପଢିବେ । ଏନେଇ ଦେଶର ସବୁ ବିଶ୍ୱ ବିଦ୍ୟାଳୟମାନଙ୍କୁ ନିୟମମାନ ମଧ୍ୟ ବଣ୍ଟା ହୋଇସାରିଲାଣି । ଯେତେବେଳେ ତିନି ବର୍ଷ ଥିଲା, ସେତେବେଳେ ଛାତ୍ରଛାତ୍ରୀମାନେ ୬ଟି ସେମିଷ୍ଟାରରେ ପରୀକ୍ଷା ଦେଉଥିଲେ । ହେଲେ ଏବେ ଯେତେବେଳେ ଗ୍ରାଜୁଏସନ ମାନେ ସ୍ନାତକତର ଚାରି ବର୍ଷ ହେବାକୁ ଯାଉଛି, ସେତେବେଳେ ଛାତ୍ରଛାତ୍ରୀମାନେ ୮ଟି ସେମିଷ୍ଟାର ପରୀକ୍ଷା ଦେବେ ।

ଗୋଟିଏ ବର୍ଷ ଅବଧି କାରଣରୁ ଆହୁରି ଦୁଇଟି ସେମିଷ୍ଟାର ବଢ଼ାଇ ଦିଆଯାଇଛି । ଏହି ନିୟମ ଦେଶର ସବୁ ୪୫ଟି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଲାଗୁ ହେବ । ରାଜ୍ୟସ୍ଥରୀୟ ବିଶ୍ୱ ବିଦ୍ୟାଳୟରେ ଏବଂ ବେସରକାରୀ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଚାରି ବର୍ଷ ଗ୍ରାଜୁଏସନ କୋର୍ସ ଲାଗୁକରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button