ସ୍ୱାସ୍ଥ୍ୟ

kidney କୁ କେମିତି ସୁସ୍ଥ ରଖିବେ ? ଜାଣନ୍ତୁ Dr Manas Ranjan Pradhan ଙ୍କ ଠାରୁ…

ଆମ ଶରୀରର କିଡନୀ ହେଉଛି ଏକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ । ଏହା ଆମ ଶରୀରର ଏକ ଫିଲଟର ଭଳି କାର୍ଯ୍ୟ କରିଥାଏ । ଶରୀରରେ ଥିବା ଅପରିଷ୍କାର ରକ୍ତ କୁ  ଛାଣି ସରିର୍ର୍କୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡନୀ ର ମୁଖ୍ୟ କାମ । ତେଣୁ ପ୍ରତ୍ଯେକ ମଣିଷ କୁ ନିଜର କିଡନୀ କୁ ସୁସ୍ଥ ରଖିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ବନ୍ଧୁଗଣ ଏ ବିଷୟ ରେ ଆମେ ଜାଣିବା ବିଶିଷ୍ଟ କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଙ୍କ ଠାରୁ କି କିପରି ଆମେ ନିଜର କିଡନୀ କୁ ସୁସ୍ଥ ରଖି ପାରିବା ।

ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ । ସେହି ଖାଦ୍ୟ ପାନୀୟ ଗୁଡିକ ଆମ ଶରୀର କୁ ଯାଇ କିଡନୀ ସାହାର୍ଯ୍ୟ ରେ ହିଁ ପିଉରିଫାଏ ହୋଇଥାଏ । ଆମେ ପ୍ରତିଦିନ ଖାଉଥିବା ବା ପିଉଥିବା ସମସ୍ତ ଖାଦ୍ୟ ଓ ଜଳ ଆମ ଶରୀରର କୁ ଆବଶ୍ୟକ ହୋଇ ନଥାଏ । ତେଣୁ କିଡନୀ ଆମ ଶରୀରରେ ରକ୍ତ କୁ ଛାଣି ଅପରିଷ୍କାର ବର୍ଜ୍ୟ ବସ୍ତୁ ଗୁଡିକୁ ଶରୀରରୁ ବାହାର କରିବାକୁ ସାହାର୍ଯ୍ୟ କରିଥାଏ ।

ଶରୀର କୁ ସୁସ୍ଥ ରଖିବାକୁ ହେଲେ ଦେହ କୁ ସୁସ୍ଥ ରଖିବାକୁ ହୁଏ । ଦେହ ସୁସ୍ଥ ରଖିବାକୁ ହେଲେ ଆମ ଦେହରେ ଯେଉଁ ସବୁ ଅପରିଷ୍କାର ବା ମଇଳା ବର୍ଜ୍ୟ ବସ୍ତୁ ମାନ ରହିଛି, ସେଗୁଡିକୁ ଦେହ ରୁ ବାହାରିଯିବା ଆବଶ୍ୟକ । କାରଣ ଯଦି ଦେହ ରୁ ସେହି ବର୍ଜ୍ୟବସ୍ତୁ ଗୁଡିକ ବାହାରିବ ନାହିଁ, ତେବେ ଭୋକ ହେବ ନାହିଁ । ଶରୀରରେ ଅଳସପଣ ଦେଖା ଦେବ । ଦୁର୍ବଳ ଅନୁଭବ ହେବ । ମୁହଁ ହାତ ମଧ୍ୟ ଫୁଲି ଯିବ । ତେଣୁ କିଡନୀ କୁ ପ୍ରତ୍ଯେକ ମଣିଷ କୁ ସୁସ୍ଥ ରଖିବା ଉଚିତ ।

କିଡନୀ ସୁସ୍ଥ ରଖିବାକୁ ହେଲେ ନିୟମିତ ସୁସ୍ଥ ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ତାହାଶ ଆପଣ ଯେଉଁ ପାଣିର ସେବନ କରୁଛନ୍ତି, ତାହାକୁ ପରିଷ୍କାର କରି ପିଇବା ଉଚିତ । ତହସାହ ବ୍ୟାୟାମ ମଧ୍ୟ କରିବା ଦ୍ଵାରା କିଡନୀ ସୁସ୍ଥ ରହିଥାଏ ।

ନିଜର ପାଣି ପିଇବା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ । ତାହା ଅର୍ଥ ଏହା ନୁହେଁ କି ଆପଣ ପାଣି ପିଇବା ଉଦେଶ୍ୟ ରେ ଅଧିକ ରୁ ଅଧିକ ପାଣି ପିଇ ଦେବେ । ସାଧାରଣତଃ ପଣି ପିଇବା ନିର୍ଭର କରେ ଆପଣ କାମ କଣ କରନ୍ତି, ଯେପରି କି ଯଦି ଆପଣ ଅଧିକ ରୁ ଅଧିକ କଠିନ ପରିଶ୍ରମ କରୁଛନ୍ତି, ଓ ଆପଣ ଙ୍କ ଶରୀରରୁ ଅଧିକ ଝାଳ ମଧ୍ୟ ବାହାରୁଛି ତେବେ ଆପଣ ଦିନକୁ 3 ରୁ 4 ଲିଟର ପାଣି ପିଇ ପାରିବେ ।

କିନ୍ତୁ ଯଦି ଆପଣ ଘରୁ କାମ କରୁଛନ୍ତି ଓ ଆପଣ ଙ୍କ ଶରୀରରୁ ଅଧିକ ଝାଳ ମଧ୍ୟ ବାହାରୁ ନାହିଁ ତେବେ ଆପଣ ଙ୍କ ଶରୀର ପାଇଁ ଅଢେଇ ରୁ ତିନି ଲିଟର ପାଣି ପର୍ଯ୍ୟାପ୍ତ ହୋଇଥାଏ । ତାହାଛଡା ଖାଇବା ସମୟ ରେ ପାଣି ପିଇବା ଶରୀର ପାଇଁ ଠିକ ନୁହେଁ । ତେଣୁ ସ୍ବାଉବେଳେ କହିବା ର କିଛି ସମୟ ପୂର୍ବରୁ ଓ ଖାଇବାର କିଛି ସମୟ ପରେ ହିଁ ପାଣି ପିଇବା ଠିକ ଅଟେ ।

ତାହାସହ ବନ୍ଧୁଗଣ ଯଦି ଆପଣଙ୍କୁ ନିଜର ଶରୀରରେ କୌଣସି ପ୍ରକାରର କିଛି ଅସୁବିଧା ଦେଖା ଦେଉଛି, ତେବେ ଆପଣ କେବେ ତାହାକୁ ଅବହେଳା ନ କରି ଯଥାଶୀଘ୍ର ଡାକ୍ତର ଙ୍କ ପାଖକୁ ଯାଇ ପରାମର୍ଶ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button