ସ୍ୱାସ୍ଥ୍ୟ

ହେୟାର ଷ୍ଟ୍ରେଟନିଂ କରୁଥିଲେ ସାବଧାନ! କିଡନୀ ଉପରେ ପଡିପାରେ କୁପ୍ରଭାବ

ଫେସିଆଲ୍ ହେଉ କିମ୍ବା ହେୟାର ଷ୍ଟ୍ରେଟନିଂ ଭଳି ପାର୍ଲର ଟ୍ରିଟମେଣ୍ଟର ଚାହିଦା ବଢୁଛି। ଅଧିକାଂଶ ଯୁବପିଢି କେଶକୁ ସିଧା କରିବା ପାଇଁ ହେୟାର ଷ୍ଟ୍ରେଟନିଂ ଟ୍ରିଟମେଣ୍ଟକୁ ଆପଣାଉଛନ୍ତି। ହେଲେ ଏହି ରୂପସଜ୍ଜା ଉପାଦାନ ବର୍ତ୍ତମାନ କ୍ଷତିକାରକ ସାବ୍ୟସ୍ତ ହୋଇଛି। ହେୟାର ଷ୍ଟ୍ରେଟନିଂ ପରେ ଜଣେ ୨୬ ବର୍ଷୀୟ ଯୁବତୀ କିଡନୀ ସମସ୍ୟାରେ ପୀଡିତ ହୋଇଥିବା ଜାଣିବାକୁ ପାଇଛନ୍ତି ଡାକ୍ତର।

ଦ ନ୍ୟୁ ଇଂଲଣ୍ଡ ଜର୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଯୁବତୀ ଜଣକ ଜୁନ୍ ୨୦୨୦, ଏପ୍ରିଲ୍ ୨୦୨୧ ଏବଂ ଜୁଲାଇ ୨୦୨୨ ରେ ଲୋକପ୍ରିୟ ହେୟାର ଟ୍ରିଟମେଣ୍ଟ ପାଇଁ ପାର୍ଲର ଯାଇଥିଲେ। ମହିଳାଙ୍କ ନାମ ଗୋପନ ରଖାଯାଇ କୁହାଯାଇଛି ଯେ, ପୂର୍ବରୁ ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା, କିନ୍ତୁ ପ୍ରତ୍ୟେକ ଥର ଷ୍ଟ୍ରେଟନିଂ ପରେ ତାଙ୍କର ବାନ୍ତି, ଡାଇରିଆ, ଜ୍ୱର ଏବଂ ପିଠି ଯନ୍ତ୍ରଣା ହୋଇଥିଲା। ଚିକିତ୍ସା ସମୟରେ ତାଙ୍କ ମସ୍ତିଷ୍କ ଚର୍ମରେ କିଛି ଲାଲ୍ ଦାଗ ଭଳି ଇନଫେକ୍ସନ ଏବଂ ଅଲସର(ଚର୍ମ କିମ୍ବା ଅଙ୍ଗର ପୃଷ୍ଠ ଭାଗରେ କିଛି ଟିସୁ ନଷ୍ଟ) ବିକଶିତ ହୋଇଥିଲା।

ତାଙ୍କ ରକ୍ତରେ କ୍ରିଏଟିନିନ୍ ସ୍ତର ବଢିବା ପରେ ଡାକ୍ତରମାନେ କିଡନୀରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ। ଏହାପରେ ପରିସ୍ରାରୁ ରକ୍ତ ପଡିବାରୁ ଡାକ୍ତରମାନେ ସିଟି ସ୍କାନ କରାଇଥିଲେ, କିନ୍ତୁ ଏଥିରେ କିଡନୀ ସଂକ୍ରମଣ କିମ୍ବା କିଡନୀ ଅବରୋଧ(ବ୍ଲକେଜ୍)ର କୌଣସି ଲକ୍ଷଣ ଦେଖାଯାଇ ନଥିଲା।

ଏହାପରେ ଯୁବତୀ ଜଣକ ଡାକ୍ତରମାନଙ୍କୁ କହିଥିଲେ ଯେ, ତାଙ୍କ କେଶରେ ଗ୍ଲାୟୋକ୍ସିଲିକ୍ ଏସିଡ୍ ଥିବା ଏକ କ୍ରିମ୍ ବ୍ୟବହାର କରାଯାଇଥିଲା। ଏହା ପରେ ସେହି କେମିକାଲ ପ୍ରଡକ୍ଟକୁ ମୂଷାଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏଥିରୁ ଜଣାଗଲା ଯେ, ଏସିଡ୍ ତାଙ୍କ ଚର୍ମରେ ଅବଶୋଷିତ ହୋଇ କିଡନୀରେ ପହଞ୍ଚିଥିଲା, ଯାହା ପରେ କ୍ଷତି ଘଟାଇଥିଲା।

ଅଧ୍ୟୟନରେ କୁହାଯାଇଛି ଯେ, ଅକ୍ସାଲେଟ୍ ନେଫ୍ରୋପାଥି କାରଣରୁ ଯୁବତୀଙ୍କର ବାରମ୍ବାର କ୍ରନିକ୍ କିଡନୀ ସମସ୍ୟା ହୋଇଥିଲେ। ଏଥିପାଇଁ ଗ୍ଲାୟୋକ୍ସିଲିକ୍ ଏସିଡ୍ ଥିବା କେମିକାଲ ହେୟାର ଷ୍ଟ୍ରେଟନିଂ ପ୍ରଡକ୍ଟ ଦାୟୀ ବୋଲି ଅଧ୍ୟୟନକାରୀ ସୂଚିତ କରିଛନ୍ତି।

ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ମେଡିସିନ୍ ଏବଂ ଫାର୍ମାସିର ସହଯୋଗୀ ପ୍ରଫେସର ଡ. ଜୋଶୁଆ ଡେଭିଡ୍ କିଙ୍ଗ ଲାଇଭ ସାଇନ୍ସକୁ କହିଛନ୍ତି ଯେ, ଏହି ପରୀକ୍ଷା ନିହାତି ଭାବେ ପ୍ରଡକ୍ଟରେ ଗ୍ଲାୟୋକ୍ସିଲିକ୍ ଏସିଡ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ସହ ବିଭିନ୍ନ କ୍ରିମ୍ ଉତ୍ପାଦନକାରୀ ପ୍ରଡକ୍ଟ ନିର୍ମାତାମାନେ କିପରି ସ୍ୱାସ୍ଥ୍ୟ ନିରାପଦ ଯୌଗିକ ବ୍ୟବହାର କରିବେ ସେଥିପାଇଁ ଜନ ସଚେତନତା ସୃଷ୍ଟି କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button