ମନୋରଞ୍ଜନ

ଆସୁଛି ରାମାୟଣ ଆଧାରିତ ଆଉ ଏକ ସୋ’ ‘ଶ୍ରୀମଦ୍ ରାମାୟଣ’, ଜାରି ହେଲା ଟିଜର୍ – Utkal Mail


ମୁମ୍ବାଇ:  ଓମ୍ ରାଉତଙ୍କ ରାମାୟଣ ଆଧାରିତ ସିନେମା  ‘ଆଦିପୁରୁଷ’ ଫ୍ଲପ୍ ହେବାର ଠିକ୍ ଦୁଇ ମାସ ପରେ ସୋନି ଟିଭି ଚଳିତ ସପ୍ତାହ ଆରମ୍ଭରେ ନିଜର ନୂଆ ସୋ’ ‘ଶ୍ରୀମଦ୍ ରାମାୟଣ’ର ଘୋଷଣା କରିଛି । ୨୦୨୪ ଜାନୁଆରୀରେ ରିଲିଜ୍ ହେବାକୁ ଥିବା ଏହି ଟେଲିଭିଜନ୍ ସୋ’ ପୌରାଣିକ ମହାକାବ୍ୟ ରାମାୟଣର ସଦ୍ୟତମ ରୂପାନ୍ତର।

ଅଗଷ୍ଟ ୧୪ ତାରିଖରେ  ‘ଶ୍ରୀମଦ୍ ରାମାୟଣ’ର ଏହି ପ୍ରୋମୋକୁ ସୋନି ଟିଭି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ (ହିନ୍ଦୀରେ) ‘ସଂସ୍କୃତିର ଗର୍ବ, ସଂସ୍କାରର ଶିଖର, ଭକ୍ତିର ମହାମନ୍ତ୍ର’ ଟ୍ୟାଗଲାଇନ୍ ଦେଇ ସେୟାର କରିଛି। ଶ୍ରୀରାମଙ୍କ କାହାଣୀ ‘ଶ୍ରୀମଦ୍ ରାମାୟଣ’ କେବଳ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ଖୁବ୍ ଶୀଘ୍ର ଆସୁଛି ବୋଲି ଲେଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମେଗା ଧାରାବାହିକର  କାଷ୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ପ୍ରକାଶ କରାଯାଇନାହିଁ।

ଏହି ଛୋଟିଆ ଟିଜରରେ ଆକର୍ଷଣୀୟ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ସହିତ ଶ୍ରୀରାମଙ୍କ ଏକ ଛାୟାକୁ ଉପସ୍ଥାପନ କରାଯାଇଛି। ନେଟିଜେନମାନେ ଏହାର ପ୍ରଶଂସା କରି କହିଛନ୍ତି ଯେ, ଏହି ୪୨ ସେକେଣ୍ଡର କ୍ଲିପ୍ ପୂରା ‘ଆଦିପୁରୁଷ’ ଠାରୁ ଭଲ ଦେଖାଯାଉଛି। ଜଣେ ଏକ୍ସ (ପୂର୍ବରୁ ଟ୍ୱିଟର ନାମରେ ପରିଚିତ) ବ୍ୟବହାରକାରୀ ଲେଖିଛନ୍ତି, “ଆଦିପୁରୁଷଙ୍କ ଠାରୁ ଭଲ ଦେଖାଯାଉଛି”, ଆଉ ଜଣେ ଲେଖିଛନ୍ତି, “ଟିଭିରେ ରାମାୟଣ ଦେଖିବା ପାଇଁ ଅପେକ୍ଷା କରିପାରିବ ନାହିଁ! ଆଶା କରୁଛି ‘ଆଦିପୁରୁଷ’ ଭଳି ସେମାନେ ଏହାକୁ ନଷ୍ଟ କରିବେ ନାହିଁ।’’




Related Articles

Leave a Reply

Your email address will not be published. Required fields are marked *

Back to top button