ସ୍ୱାସ୍ଥ୍ୟ
ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ କାହିଁକି ବଢିଥାଏ ଯୌନ ଇଚ୍ଛା? ଜାଣନ୍ତୁ ଏହାର କାରଣ
ବର୍ତ୍ତମାନ ଶୀତ ୠତୁ ଚାଲିଥିବା ବେଳେ ସାରା ରାଜ୍ୟ ଏବଂ ଦେଶରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଲୋକେ ବାହାରକୁ ନ ଯାଇ ଘରେ ରହିବାକୁ ପସନ୍ଦ କରୁଛନ୍ତି। ତେବେ, କେବେ ଆପଣ ଭାବିଛନ୍ତି ଯେ ଶୀତ ଦିନରେ ହିଁ କଣ ପାଇଁ ସେକ୍ସ କରିବା ପାଇଁ ଅଧିକ ଇଚ୍ଛା ହୋଇଥାଏ? ସାଧାରଣତଃ ଶୀତ ଦିନରେ ଉଭୟ ମହିଳା ଏବଂ ପୁରୁଷଙ୍କ ଠାରେ ଏଭଳି ପ୍ରବୃତ୍ତି ଦେଖିବାକୁ ମିଳିଥାଏ।
ଶୀତଦିନରେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ ଯାହାଫଳରେ ଶରୀର ମେଲାଟୋନିନ୍ ହରମୋନ୍ ନିର୍ଗତ ହୋଇଥାଏ ଯାହାକି ନିଦକୁ ପ୍ରୋତ୍ସାହିତ କରିଥାଏ। ଅନ୍ୟପକ୍ଷରେ ଶୀତଦିନରେ ଶରୀରରୁ ଟେଷ୍ଟୋଷ୍ଟେରନ୍ ହରମୋନ୍ ଅଧିକ ନିର୍ଗତ ହୋଇଥାଏ ଯାହାକି ସେକ୍ସ କରିବା ପାଇଁ ପ୍ରୋତ୍ସାହିତ କରେ।
ଶୀତଦିନେ ପୁରୁଷମାନଙ୍କରେ ଡୋପାମାଇନ୍ ନିର୍ଗତ ହେଉଥିବା ବେଳେ ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ଅଧିକ ନିର୍ଗତ ହୋଇଥାଏ। ସେହିପରି ଭାବରେ ଅକ୍ସିଟୋସିନ୍ ହରମୋନ୍ ପ୍ରେମର ଭାବକୁ ବଢ଼ାଇଥାଏ। ଅନ୍ୟପକ୍ଷରେ ଶୀତଦିନେ ଆମେ ଅଧିକ ସମୟ ଘରେ ବିତାଇଥାଉ।