ସ୍ୱାସ୍ଥ୍ୟ
ହାର୍ଟକୁ ସୁସ୍ଥ ରଖିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, କେବେବି ହେବନି ହାର୍ଟ ସମସ୍ୟା
ବର୍ତ୍ତମାନ ସମୟରେ ଏକ ବିଶେଷ ସମସ୍ୟା ହେଉଛି ହୃଦଘାତ। କହିବାକୁ ଗଲେ ଦେଶରେ ସବୁଠାରୁ ଅଧିକ ମୃତ୍ୟୁ ହୃଦଘାତ ଜନିତ ଅଟେ। ଅନ୍ୟ ପଟେ ଦେଖିବାକୁ ଗଲେ ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କ ଠାରେ ଏହା ଅଧିକ ଦେଖା ଦେଇଥାଏ। ହେଲେ ଅନେକ ଲୋକ ଆଜି ବି ହୃଦଘାତ କାହିଁକି ହୁଏ ଅର୍ଥାତ୍ ଏହାର କାରଣ ବିଷୟରେ ଓ ଏଥି ପାଇଁ କିପରି ସାବଧାନ ରହିବାକୁ ହୁଏ ସେ ବିଷୟରେ ଅବଗତ ନ ଥାନ୍ତି।
ତେବେ ଆସନ୍ତୁ ଆଜି ହୃଦଘାତ ଜନିତ ତଥ୍ୟ ବିଷୟରେ ଜାଣିବା।

କଣ ଆପଣ ଜାଣନ୍ତି ହୃଦଘାତ କାହିଁକି ହୋଇଥାଏ ଓ ବିଶେଷ କରି କାହାକୁ ହୋଇଥାଏ।
ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ହୃଦଘାତର ମୁଖ୍ୟ କାରଣ ହେଉଛି ଧମନୀ ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, ଖରାପ୍ କୋଲୋଷ୍ଟ୍ରୋଲ, ଧୂମ୍ରପାନ, ମୋଟାପଣ ଇତ୍ୟାଦି। ତେବେ ହୃଦଘାତକୁ ରୋକିବାକୁ ହେଲେ ଆମକୁ ଶରୀରରେ ଏହାକୁ ନିୟମିତ ଯାଞ୍ଚ କରିବାକୁ ପଡ଼ିବ। ଏହା ସହିତ ଉତ୍ତମ ଖାଦ୍ୟ, ବ୍ୟାୟାମ ଏବଂ ନିଜର ନିୟମିତ ଜୀବନ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।



