ଓଡିଶା

ବଢୁଛି ତାପମାତ୍ରା , କମୁଛି ଶୀତ – Utkal Mail


ବଢୁଛି ତାପମାତ୍ରା , କମୁଛି ଶୀତ । କିଛିଦିନର ବ୍ୟବଧାନ ପରେ ରାଜ୍ୟର ଶୀତର ଲହରୀ ଅନୁଭୂତ ହୋଇଥିଲା । କିନ୍ତୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି । ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବାର ସମ୍ଭାବନା ରହିଛି । ଯାହାଫଳରେ ଗରମ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଗତ ଦୁଇଦିନ ହେବ ରାତିର ତାପମାତ୍ରା ସାମାନ୍ୟ କମିଥିଲା । କିନ୍ତୁ ପୁଣିଥରେ ରାତିର ତାପମାତ୍ରା ଧୀରେ ଧୀରେ ବଢୁଛି । ଏଥିସହ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ମେଘ ସମୂହ ତଥା ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି ।ଏଥିସହ ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ରାତିର ତାପମାତ୍ରା ସାମାନ୍ୟ କମିପାରେ କିନ୍ତୁ ୧୬ ତାରିଖ ପରେ ରାତିର ତାପମାତ୍ରା ବଢିବ ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button