ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ , ୨ ଦୁର୍ବୃତ୍ତ ଗିରଫ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ବାଙ୍କୀ ରେ ଅଘଟଣ । ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗାଁ ର କୈବର୍ତ୍ତ ସାହି ର ସୁକାନ୍ତ ସୁତାର ଙ୍କ ଘରକୁ ଦୁର୍ବୁତ୍ତ ଙ୍କ ବୋମା ମାଡ଼ । ସେପଟେ ଗାଁ ରେ ବୋମା ମାଡ଼ ଶୁଣି ଲୋକେ ଛାନିଆ । ବୋମା ମାଡ଼ ଘଟଣା ରେ ୨ ଜଣ ଙ୍କୁ ଗିରଫ କରିଛି ବାଙ୍କୀ ପୋଲିସ । ଗିରଫ ଙ୍କ ଦୁଇ ଜଣ ଙ୍କ ଘର ଗୟଳବାଙ୍କ ତାଙ୍କ ନାମ ଫକୀର ସୁତାର ବଟକୃଷ୍ଣ ଦାସ। ଏବେବି ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ୪ ଜଣ ଦୁର୍ବୁତ୍ତ ରହିଛନ୍ତି ଫେରାର।
ସୂଚନା ଅନୁଯାଇ, ବ୍ରାହ୍ମଣୀ ଗାଁ ଓ ଗୟଳବାଙ୍କ ଅଂଚଳ କିଛି ଯୁବକ ନିଶା ଖାଇ ଗତ ୧୬ ତାରିଖ ଦିନ ଦେବୀ ଦ୍ୱାର ଠାରେ ନିଜର ଉନ୍ମାତ ମଚାଇଥିଲେ । ଯାହାକୁ ବାରଣ କରିଥିଲେ ଗୟଳବାଙ୍କ ଗ୍ରାମବାସୀ ।ପରେ ସେମାନଙ୍କୁ ପୋଲିସ ଜିମା ଦେଇଥିଲେ। ସର୍ତ୍ତ ମୂଳକ ଭାବେ ଏମାନଙ୍କୁ ଛଡା ଯାଉଥିଲା. କିନ୍ତୁ ନିଶାଡୀ ଦୁର୍ବୁତ୍ତ ମାନେ ଚୁପ ହୋଇ ରହି ନ ଥିଲେ ୨୨ ତାରିଖ ଦିନ ବାଆଁରାର କୃପାଳୁ ଜୀ ଆଶ୍ରମ ରୁ ଫେରିବା ବାଟ ରେ ସରପଞ୍ଚ ସୁଶାନ୍ତ ସୁତାର ଙ୍କ ଭାଇ ସୁକାନ୍ତ ସୁତାର କୁ ପଛ ପଟୁ ଆସି ଦୁର୍ବୁତ୍ତ ମାନେ ଆକ୍ରମଣ କରି ଫେରାର ହୋଇଯାଇଥିଲେ. ଏଥିରେ ସୁକାନ୍ତ ଙ୍କ ହାତ ଉପରେ ଶକ୍ତ ପ୍ରହାର ଦେବା ଯୋଗୁ ତାଙ୍କ ହାତ ହୋଇଥିଲା ଗଭୀର ଆଘାତ. ମେଡିକାଲ ଚିକିତ୍ସା ପରେ ସୁକାନ୍ତ ନିଜ ଘର ଗୟଳବାଙ୍କ ରେ ଥିବା ବେଳେ ପୁନଃ ଗତଜାଲି ରାତିରେ ତାଙ୍କ ଘର କୁ ୨ ଗୋଟି ବୋମା ମାଡ଼ କରିଛନ୍ତି ଦୁର୍ବୁତ୍ତ.ଏବେ ନିଜର ଓ ପରିବାର ର ସୁରକ୍ଷା ସହିତ ତୁରନ୍ତ ସମ୍ପୃକ୍ତ ଯୁବକ ମାନଙ୍କୁ କରାଯାଉ ଗିରଫ ବୋଲି ସୁକାନ୍ତ ଗଣମାଧ୍ୟମ ରେ ରଖିଛନ୍ତି ନିଜର ପ୍ରତିକ୍ରିୟା ।