ଦେଶ ବିଦେଶ

” A, G, K, M, T, P, S, R ” ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ବିଶିଷ୍ଟ ଲୋକମାନେ ନିଶ୍ଚିତ ଥରେ ଏହାକୁ ପଢନ୍ତୁ !

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେପରି ଗ୍ରହ ଓ ନକ୍ଷତ୍ରକୁ ଆଧାର କରି ବ୍ୟକ୍ତିର ଭାଗ୍ୟ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ, ସେହିପରି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ଚାଲିଚଳନ, ସ୍ଵଭାବ, ବ୍ୟକ୍ତିତ୍ଵ ବିଷୟରେ ଜାଣି ହୋଇଥାଏ।

କହିବାକୁ ଗଲେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ଜୀବନ ଉପରେ ପ୍ରଭାବ ପକାଇ ଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶିଶୁଟି ଜନ୍ମ ଗ୍ରହଣ କରିବା ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଉପସ୍ଥିତ ଥାଏ, ସେହି ରାଶି ଅନୁସାରେ ନାମର ପ୍ରଥମ ଅକ୍ଷର ନିର୍ଦ୍ଧାରିତ କରାଯାଇଥାଏ। ଆପଣ ନିଜ ନାମର ପ୍ରଥମ ଅକ୍ଷର ବାଛନ୍ତୁ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ସହ ଜଡ଼ିତ କିଛି ରହସ୍ୟ କଥା। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ A ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଅତ୍ୟନ୍ତ ସାହସୀ, ପରିଶ୍ରମୀ ଓ ଧର୍ଯ୍ୟବାନ ହୋଇଥାନ୍ତି।ଏହି ଲୋକମାନେ ସର୍ବଦା ସତ୍ୟ ପକ୍ଷରେ ଥାଆନ୍ତି ଓ କଡା ସତକୁ ମଧ୍ୟ ସ୍ବୀକାର କରିଥାନ୍ତି। ଏମାନେ ସର୍ବଦା ଖୋଲା ବିଚାରର ହୋଇ ଥାଆନ୍ତି। ପ୍ରେମ ଜୀବନରେ ଏମାନେ ରୋମାନ୍ସ କରିବାରେ ଟିକେ ମଧ୍ୟ ସଙ୍କୋଚ ଅନୁଭବ କରି ନଥାନ୍ତି।

୨/ G ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର G ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ଓ ନିର୍ମଳ ସ୍ୱଭାବର ହୋଇଥାନ୍ତି। କିନ୍ତୁ ଏମାନେ କୌଣସି ଖରାପ କାର୍ଯ୍ୟ ଦେଖିଲେ ଖୁବ୍ ଶୀଘ୍ର କ୍ରୋଧିତ ହୋଇ ଯାଇଥାନ୍ତି। ଏମାନେ ହୃଦୟରୁ ସଫା ଏବଂ ସଚ୍ଚୋଟ ହୋଇଥାନ୍ତି। ଏମାନେ ନିଜ ଇଚ୍ଛାରେ ସବୁ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି।

୩/ K ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ସର୍ବଦା ହସଖୁସିରେ ରହିବା ପାଇଁ ଭଲ ପାଇଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। ଏମାନେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। ଭଗବାନଙ୍କ ଆଶୀର୍ବାଦ ସର୍ବଦା ଏମାନଙ୍କ ଉପରେ ରହିଥାଏ।

୪/ M ନାମ ଥିବା ଲୋକମାନେ :-

ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର M ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ନିର୍ମଳ ସ୍ୱଭାବର ଓ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାନ୍ତି। ଏମାନେ ସ୍ୱପ୍ନରେ ରହିବାକୁ ପସନ୍ଦ କରିଥାନ୍ତି। ପ୍ରେମ ମାମଲାରେ ଏମାନେ ବହୁତ ସଚ୍ଚୋଟ ଓ ଆଦର୍ଶବାଦୀ ହୋଇଥାନ୍ତି। ଏହାସହିତ ଏମାନେ ବହୁତ କ୍ରୋଧୀ ସ୍ୱଭାବର ମଧ୍ୟ ହୋଇଥାନ୍ତି।

୫/ T ନାମ ଥିବା ଲୋକମାନେ :-

ଯେଉଁମାନଙ୍କ ନାମର ପ୍ରଥମ ଅକ୍ଷର T ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ଵଭାବରୁ ବହୁତ ଶାନ୍ତ ଓ ସରଳ ହୋଇଥାନ୍ତି। ଏହି ନାମର ଲୋକେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି। ଏମାନେ ନିଜ ପରିବାର ଲୋକଙ୍କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି। ଏହାସହିତ ଏମାନେ କିଛି ନ ବୁଝି ବହୁତ ଖର୍ଚ୍ଚ ମଧ୍ୟ କରିଥାନ୍ତି। କୌଣସି ଜିନିଷ ପ୍ରତି ଏମାନେ ଖୁବ୍ ଶୀଘ୍ର ଆକୃଷ୍ଟ ହୋଇ ଯାଇଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button