ଓଡିଶା

ସୀମା ଲଂଘିଲା ବିଜେପି ଯୁବନେତା ଓ ଭାଇଙ୍କ ଦାଦାଗିରି: ପୁଲିସ ସମ୍ମୁଖରେ ଥାନା ପରିସରରେ ଅଭିଯୋଗକାରୀଙ୍କୁ ପିଟିଲେ

ରାଉରକେଲା: ବିଜେପି ଯୁବ ନେତା ଓ ତାଙ୍କ ଭାଇଙ୍କ ଦାଦାଗିରି ସୀମା ଲଂଘିଛି । ଦୁଇ ଭାଇ ମିଶି ପ୍ରଥମେ ଧମକଚମକ ଦେଲେ। ଏହାକୁ ପ୍ରତିବାଦକରିବାରୁ ଥାନାର ଦ୍ବାରସ୍ଥ ହେଲେ ଅଭିଯୋଗକାରୀ। ତେବେ ଥାନା ପରିସରରେ ବିଜେପି ଯୁବନେତାଙ୍କ ବଡ଼ ଭାଇ ଓ ତା’ର ବନ୍ଧୁ ଅଭିଯୋଗକାରୀଙ୍କୁ ନିର୍ଧୁମ ପିଟିଲେ।

ଅଭିଯୋଗକାରୀ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ।

ସେକ୍ଟର-୧୯ ପୁଲିସ ଥାନା ପରିସରରେ ଘଟିଥିବା ଏହି ଘଟଣା ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୁଲିସ ଏକ ମାମଲା ରୁଜୁକରିଛି। କିନ୍ତୁ ପୁଲିସ କୌଣସି କାରଣରୁ ଅଭିଯୁକ୍ତମାନଙ୍କର ନାଁ, ଦଫା ସାର୍ବଜନୀନ କରିବାକୁ ମନା କରିଦେଇଛି। ଏଣୁ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବ ନା ନାହିଁ, ସେନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର୍ ଧରିଛି।

ଅଭିଯୋଗକାରୀ ହେଉଛନ୍ତି ସେକ୍ଟର-୫ସ୍ଥ ଗୋଲଘର ଅଞ୍ଚଳର ଶ୍ରୀଧର ମହାରଣା(୩୪)ଙ୍କ ପତ୍ନୀ ଶାନ୍ତିଲତା ବେହେରା। ଲିଖିତ ଅଭିଯୋଗ ଅନୁସାରେ, ଶ୍ରୀଧର ଆର୍ଏସ୍ପି ଟି ଆଣ୍ଡ୍ ଆର୍ଏମ୍ ବିଭାଗରେ କାର୍ଯ୍ୟରତ ଠିକାସଂସ୍ଥା ‘ୟୁନିରେଲ୍ କମ୍ପାନି’ରେ ସୁପରଭାଇଜର୍ ଭାବେ କାର୍ଯ୍ୟରତ। ମଙ୍ଗଳବାର ରାତି ପ୍ରାୟ ୯ଟାରେ ଶ୍ରୀଧର କମ୍ପାନି ମୁଖ୍ୟାଳୟରୁ ଫୋନ୍ କଲ୍ ପାଇଥିଲେ। କମ୍ପାନିର ପ୍ରକଳ୍ପ ଅଧିକାରୀଙ୍କୁ କିଛି କର୍ମଚାରୀ ଓ ତାଙ୍କ ସାଙ୍ଗମାନେ ଧମକଚମକ ଦେଉଥିବା ଜାଣିବାକୁ ପାଇଥିଲେ। ଏଣୁ ସେ ତୁରନ୍ତ ଘଟଣାସ୍ଥଳକୁ ଧାଇଁଥିଲେ। ପରେ ପ୍ରକଳ୍ପ ଅଧିକାରୀଙ୍କ ସହ ମିଶି ସେକ୍ଟର-୧୯ ଥାନାରେ ପହଞ୍ଚିଥିଲେ।

ଏନେଇ ଖବରପାଇଁ ବିଜେପି ଯୁବନେତା ଓ ତାଙ୍କ ଭାଇ କିଛି ବନ୍ଧୁମାନଙ୍କ ସହ ଥାନାରେ ପହଞ୍ଚିଥିଲେ। ଥାନା ପରିସରରେ ଶ୍ରୀଧର ଓ ପ୍ରକଳ୍ପ ଅଧିକାରୀଙ୍କୁ ସଂପୃକ୍ତ ବିଜେପି ଯୁବନେତା ଓ ତାଙ୍କର ବନ୍ଧୁମାନେ ଏତଲା ନ ଦେବାକୁ କହିଥିଲେ। ତେବେ ଏତଲା ଦେବା ଜିଦ୍ରେ ଅଟଳ ରହିବାରୁ ଅଭିଯୁକ୍ତମାନେ ଯାବତୀୟ ଧମକଚମକ ଦେଇଥିଲେ।

ଠିକ୍ ଏତିକିବେଳେ ବିଜେପି ଯୁବନେତାଙ୍କ ଭାଇ ଓ ତା’ର ସାଙ୍ଗମାନେ ଶ୍ରୀଧରଙ୍କୁ ଥାନା ପରିସରରେ ନିସ୍ତୁକ ମାଡ଼ ମାରିଥିଲେ। କିଛି ସମୟପରେ ଜଣେ କନଷ୍ଟେବଳ କୌଣସିମତେ ଶ୍ରୀଧରଙ୍କୁ ବଞ୍ଚାଇ ଥାନା ଭିତରକୁ ନେଇଯାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button