ଦେଶ ବିଦେଶ

ମାଲେସିୟା ରାଜଧାନୀରେ ଭୟଙ୍କର ଭୂସ୍ଖଳନ: ୨ ମୃତ, ଏକାଧିକ ନିଖୋଜ

କ୍ବାଲାଲାମପୁର : ମାଲେସିୟାରେ ବଡଧରଣର ଭୂସ୍ଖଳନ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ନିଖୋଜ ଥିବା ସୂଚନା । ମାଲେସିୟାର ରାଜଧାନୀ କ୍ବାଲାଲାମପୁରର ଏକ କ୍ୟାମ୍ପସାଇଟରେ ଭୂସ୍ଖଳନ ହୋଇଥିବା ଜଣାପଡିଛି ।

ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଭୂସ୍ଖଳନ ହେବା ଖବର ମିଳିଥିଲା । ସକାଳ ୭ଟା ପର୍ଯ୍ୟନ୍ତ ୫୧ ଜଣ ନିଖୋଜ ଥିବା ବେଳେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏକ ଗଣମାଧ୍ୟମ କହିଛି ଯେ,”ଭୂସ୍ଖଳନ ଘଟିଥିବା ବେଳେ ମୋଟ ୭୯ ଲୋକ କ୍ୟାମ୍ପସାଇଟରେ ଥିଲେ”। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ଆହତ ହୋଇଥିବା ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଟିମ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button