ସ୍ୱାସ୍ଥ୍ୟ

କ’ଣ ଏହି ଥେରାପି ; ଯାହାକି ମୃତ୍ୟୁମୁଖରୁ ଫେରାଇ ଆଣୁଛି କ୍ୟାନ୍ସର ରୋଗୀଙ୍କ ଜୀବନ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଖାଦ୍ୟପେୟରେ ଅନିିୟମିତତା କାରଣରୁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥନ୍ତି । ଖାସ୍ କରି ମଧୁମେୟ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଆଦି ଅନେକ ରୋଗର ମଧ୍ୟ ଶିକାର ହୋଇଥାନ୍ତି । ଏହା ବ୍ୟତୀତ ଆଜିର ସମୟରେ ଅନେକ ଲୋକ କ୍ୟାନ୍ସର ପରି ମାରାତ୍ମକ ରୋଗରେ ପିଡିତ ହେଉଛନ୍ତି । ବିଶେଷ କରି ଯୁବ ବର୍ଗମାନେ ଏହି ରୋଗେ ଅଧିକ ଆକ୍ରନ୍ତ ହୁଅନ୍ତି । ତେବେ ଏହି କ୍ୟାନ୍ସରର ଲକ୍ଷଣଗୁଡିକରେ ଥିବା ଗମ୍ଭୀରତାକୁ ଦେଖି ବିଶେଷଜ୍ଞମାନେ ଏହାକୁ କିଛି ଷ୍ଟେଜରେ ବିଭକ୍ତ କରିଛନ୍ତି । ଯାହାଦ୍ୱାରା ସେହି ଅନୁସାରେ ରୋଗୀଙ୍କୁ ଚିକିତ୍ସା ମଧ୍ୟ କରାଯାଏ ।
ଏହି କ୍ୟାନ୍ସରର ପ୍ରଭାବକୁ କମ କରିବା ପାଇଁ ଏବଂ ଏହାକୁ ଶେଷ କରିବା ପାଇଁ ପ୍ରଥମ ଷ୍ଟେଜରେ ରୋଗରୀକୁ କେମୋ ଥେରାପି, ରେଡିୟୋ ଥେରାପି ପରି ଚିକିତ୍ସା ଦିଆଯାଥାଏ । ସେହିପରି ଆଉ ଏକ ଥେରାପି ମଧ୍ୟ ରହିଛି । ଯାହାକି କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ସଞ୍ଜିବନୀ ପରି କାମ କରିଥାଏ । ତେବେ ଏହି ଥେରାପିର ନାଁ ହେଉଛି ଇମ୍ୟୁନୋ ଥେରାପି । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ଏହି ଇମ୍ୟୁନୋ ଥେରାପି ଏବଂ ଏହା କିପରି କ୍ୟାନ୍ସର ରୋଗୀଙ୍କୁ ସହାୟକ ହେଉଛି ।

ଇମ୍ୟୁନୋ ଥେରାପି କଣ?
କ୍ୟାନ୍ସର.ନେଟ୍ ଅନିସାରେ ଇମ୍ୟୁନୋ ଥେରାପି ହେଉଛି ଏକ ପ୍ରକାର ଚିକିତ୍ସା । ଏହା ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତିକୁ ବଢାଇବା ସହ କ୍ୟାନ୍ସରର କୋଶିକାକୁ ଖଜି ନଷ୍ଟ କରିବାରେ ସାହାଯ୍ୟ କରିଥଏ । ଏହି ଇମ୍ୟୁନୋ ଥେରାପି ବିଭିନ୍ନ ପ୍ରକାରର ହୋଇଥାଏ ଏବଂ ଏହା ଭିନ୍ନ ଭିନ୍ନ କାର୍ଯ୍ୟ କରିଥାଏ । କିଛି ଇମ୍ୟୁନୋ ଥେରାପି କ୍ୟାନ୍ସର କୋଶିକାକୁ କମ୍ କରିବାରେ ସାହାଯ୍ୟ କରିଥାଏ ତ ଆଉ କିଛି ଇମ୍ୟୁନୋ ଥେରାପି କ୍ୟାନ୍ସର କୋଶିକାକୁ ମୂଳରୁ ନଷ୍ଟ କରିଦିଏ ଏବଂ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିବାକୁ ଦିଏ ନାହିଁ । ଏହି ଇମ୍ୟୁନୋ ଥେରାପିକୁ କେମୋ ଥେରାପି କିମ୍ବା ଅନ୍ୟ କ୍ୟାନ୍ସର ଚିକିତ୍ସା ସହ ମିଶାଇ ଦିଆଯାଏ । ତେବେ ଏହି ଇମ୍ୟୁନୋ ଥେରାପି ଖାସ କରି କିଡନୀ, ପେଟ, ମସ୍ତିଷ୍କ, ଏବଂ ସ୍ତନ କର୍କଟ ରୋଗୀଙ୍କୁ ୪ର୍ଥ ସପାନରେ ଦିଆଯାଏ ଯାହା ସେମନଙ୍କ ପାଇଁ ଫାଇଦା ହୋଇଥାଏ ।

ଏହି ଥେରାପି ପାଇଁ ଖର୍ଚ୍ଚ :

ଇମ୍ୟୁନୋ ଥେରପି ରୋଗୀଙ୍କ ପଇଁ ଏକ ଭଲ ଚିକିତ୍ସା ହୋଇଥିଲେ ମଧ୍ୟ ଏଥିପାଇଁ ଅନେକ ଟଙ୍କ ଖର୍ଚ୍ଚ କରିବାକୁ ପଡିଥାଏ । ଏହି ଥେରାପିର ଗୋଟିଏ ସେସନ ପାଇଁ ପାଖାପାଖି ୧,୫୦,୦୦୦ ଟଙ୍କାରୁ ୪,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ । ଯାହକି ଏକ ସାଧାରାଣ ଲୋକ ନିକଟରେ ସମ୍ଭବର ହୋଇନଥାଏ । କିନ୍ତୁ ଏହି ଇମ୍ୟୁନୋ ଥେରାପି କ୍ୟାନ୍ସର ରୋଗିଙ୍କ ପାଇଁ ଲାଭ ଦାୟକ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button